ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସିଲା ବିଏମସିର ଶୀତଦିନ ଗାଇଡଲାଇନ୍, ବିବାହ,ବ୍ରତଘର ଓ ଶୁଦ୍ଧିକ୍ରିୟାରେ ସାମିଲ ହୋଇପାରିବେ ଏତିକି ଲୋକ

ଭୁବନେଶ୍ବର : ଆଗାମୀ ଶୀତ ଋତୁକୁ ନଜରରେ ରଖି ଭୁବନେଶ୍ବର ମହାନଗର ନିଗମ(ବିଏମସି) ନୂଆ ଗାଇଡଲାଇନ୍ ଜାରି କରିଛି। ଶୀତ ଋତୁରେ କରୋନା ମାମଲା ବୃଦ୍ଧି ପାଇବାର ସମ୍ଭାବନା ରହିଥିବାରୁ ବାହାଘର, ବ୍ରତଘର, ଶୁଦ୍ଧିକାର୍ଯ୍ୟରେ କୋଭିଡ଼ କଟକଣା କଡ଼ା କରିଛି ବିଏମସି। ଏଣିକି ବାହାଘର, ବ୍ରତଘର, ଶୁଦ୍ଧିକାର୍ଯ୍ୟ ଭଳି ସାମାଜିକ କାର୍ଯ୍ୟରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ। ଏଥି ସହିତ ସାମାଜିକ କାର୍ଯ୍ୟକ୍ରମ ପୂର୍ବରୁ ଆୟୋଜନ ପୂର୍ବରୁ ବିଏମସିର ଅନୁମତି ନେବା ବାଧ୍ୟତାମୂଳକ ।

 

ଭୁବନେଶ୍ବର ମହାନଗର ନିଗମ(ବିଏମସି)ର ନୂଆ ଗାଇଡଲାଇନରେ ଶୀତଦି‌ନରେ ବିବାହ, ବ୍ରତଘର ଏବଂ ଶୁଦ୍ଧିକ୍ରିୟାରେ ୫୦ଜଣ ଲୋକ ସାମିଲ ହୋଇପାରିିବେ। ଏହାଠାରୁ ଅଧିକ ଲୋକ ସାମିଲ‌ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ବିଏମସି। ଏହା ସହ ଗାଇଡଲାଇନରେ କୁହାଯାଇଛି ଯେ, ବିବାହ, ବ୍ରତଘର ଏବଂ ଶୁଦ୍ଧିକ୍ରିୟା ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ଲୋକଙ୍କୁ ଅନୁମତି ନେବାକୁ ପଡ଼ିବ। କାର୍ଯ୍ୟକ୍ରମରେ ୫୦ଜଣରୁ ଅଧିକ ଲୋକ ରହିଛନ୍ତି କି ନାହିଁ ତା’ଉପରେ ଦୃଷ୍ଟି ଦେବେ ମଣ୍ଡପ ବା ହୋଟେଲ ମାଲିକ। କରୋନାର ଲକ୍ଷଣ ଥିଲେ ସେମାନଙ୍କୁ ମଣ୍ଡପ ବା ହୋଟେଲକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ୬୦ରୁ ଉର୍ଦ୍ଧ୍ବ ବ୍ୟକ୍ତି, ୧୦ବର୍ଷରୁ କମ ଶିଶୁ, ଗର୍ଭବତୀ ଥିବା ମହିଳା ଏବଂ ଅନ୍ୟ ଗମ୍ଭୀର ଶାରୀରିକ ସମସ୍ୟା ଥିବା ଲୋକଙ୍କୁ ଏଭଳି କାର୍ଯ୍ୟକ୍ରମଣକୁ ଯିବାକୁ ବାରଣ କରିଛି ବିଏମସି। ଏଥି ସହିତ ସମାରୋହରେ ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରାଇବେ ଆୟୋଜକ । ସମାରୋହରେ ୬ଫୁଟର ସାମାଜିକ ଦୂରତା ନିୟମ ମାନିବେ । ଖାଇବା ସମୟ ଛଡ଼ା ଅନ୍ୟ ସବୁବେଳେ ମାସ୍କ ପିନ୍ଧିବେ । ପାନ/ଗୁଟଖା ଖାଇବା ଓ ଛେପ ପକାଇବା ସମ୍ପୂର୍ଣ୍ଣ ମନା ।

Leave A Reply

Your email address will not be published.