ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲଘୁଚାପ ବର୍ଷା ପ୍ରଭାବରେ ଭୁବନେଶ୍ୱରରେ ଜଳବନ୍ଦୀରୁ ଲୋକଙ୍କୁ ମୁକ୍ତିପାଇଁ ବିଏମସିର ପ୍ରସ୍ତୁତି, ଜାରି ହେଲା ୨୪ ଘଣ୍ଟିଆ ଟୋଲ୍‌ ଫ୍ରି ନମ୍ବର

ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ଉପକୂଳ ଓଡ଼ିଶା ଆଜି ପ୍ରଭାବିତ ହେବାର ସମ୍ଭାବନା ଥିବା ବେଳେ, ୧୪ରେ ଆଭ୍ୟନ୍ତରୀଣ ସହ ପଶ୍ଚିମ ଓଡ଼ିଶା ଅଧିକ ପ୍ରଭାବିତ ହେବା ସମ୍ଭାବନା ରହିଛି। ଖାଲି ସେତିକି ନୁହେଁ, ବର୍ଷାର ପ୍ରଭାବରେ କଟକ-ଭୁବନେଶ୍ବର‌ରେ ସହରୀ ବନ୍ୟାର ଆଶଙ୍କା ମଧ୍ୟ ଦେଖା ଦେବ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଅତିପ୍ରବଳ ତଥା ଅତ୍ୟନ୍ତ ପ୍ରବଳ ବର୍ଷା ପ୍ରଭାବରେ ତଳୁଆ ଅଞ୍ଚଳରେ ପାଣି ଜମିବା ସହ, ସହରୀ ବନ୍ୟା ପରିସ୍ଥିତି ଉପୁଜିବା ଏହାଛଡ଼ା ଅଣ୍ଡର-ପାସ ରୋଡ଼ରେ ପାଣି ଜମିବା ସହ, ପାହାଡିଆ ଅଞ୍ଚଳରେ ଭୂସ୍ଖଳନର ବି ଆଶଙ୍କା ରହିଛି। ଓଡ଼ିଶା ଉପକୂଳ ଏବଂ ତାର ଆଖ-ପାଖ ଅଞ୍ଚଳରେ ଝଡ଼ ପବନ ଘଣ୍ଟା ପ୍ରତି ୪୫ ରୁ ୫୫ କିମି ସହ ସର୍ବାଧିକ ୬୫ କିମି ଯାଏଁ ରହିବା ସହ ସମୁଦ୍ର ଅତ୍ୟଧିକ ଅଶାନ୍ତ ରହିବ।

ପାଣିପାଗ ବିଭାଗର ସୂଚନା ପରେ ଲଘୁଚାପ ଜନିତ ବର୍ଷାର ପ୍ରଭାବରେ ଭୁବନେଶ୍ୱରରେ ସମ୍ଭାବ୍ୟ ଜଳବନ୍ଦୀରୁ ଲୋକଙ୍କୁ ମୁକ୍ତି ଦେବା ପାଇଁ ବିଏମସି ଅଗୁଆ ପ୍ରସ୍ତୁତି କରିଛି। ଏଥି ପାଇଁ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଜରୁରୀ ସମନ୍ୱୟ ବୈଠକ ଡକାଯାଇଥିଲା। ଏହି ବୈଠକରେ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୁପକାରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ। ଏହି ବୈଠକରେ ଜଳମଗ୍ନ ଅଞ୍ଚଳରୁ କିଭଳିଜଳ ନିଷ୍କାସନ କରାଯିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦିଆଯାଇଛି ନିର୍ଦେଶ।

ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ମୋଟ ୩୫ ଟି ସମ୍ବେଦନଶୀଳ ଓ ୭୨ଟି ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ କରାଯାଇଛି। ଖାଲୁଆ ଅଂଚଳରେ ଅଗ୍ନିଶମ ଓ ବିଏମସି ପକ୍ଷରୁ ମୋଟର ପମ୍ପ ଜରିଆରେ ବର୍ଷା ଜଳ ନିଷ୍କାସନ ପାଇଁ ସଜାଗ ରହିବାକୁ ସମସ୍ତଙ୍କୁ ସତର୍କ କରାଯାଇଛି। ସେହିଭଳି ଭାବେ ୨୪ଘଣ୍ଟିଆ 1929 ଟୋଲ ଫ୍ରି ନମ୍ବରରେ ଜଳବନ୍ଦୀ ସମ୍ପର୍କିତ ତୁରନ୍ତ ସୂଚନା ଦେବାକୁ ଜନସାଧାରଣଙ୍କୁ ଆହ୍ୱାନ ଦିଆଯାଇଛି।

Leave A Reply

Your email address will not be published.