ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବେପରୁଆ ରାଜଧାନୀ ବାସୀଙ୍କ ପାଇଁ ବିଏମସିର କଠୋରବାଣୀ, କୋଭିଡ ନିୟମ ଭାଙ୍ଗିଲେ ଗଣିବେ ୫ ଶହ ତଣ୍ଡ

ଭୁବନେଶ୍ବର : ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ରାଜ୍ୟ ସହ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ସ୍ଥିତି ଖରାପ ଆଡକୁ ଯାଉଛି। ପ୍ରତିଦିନ ରାଜଧାନୀ ଭୁବନେଶ୍ବରେ ସଂକ୍ରମିତଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଉଛି। ସଂକ୍ରମଣ ବଢୁଥିବା କାରଣରୁ ଭୁବନେଶ୍ବର ମହାନଗର ନିଗମ(ବିଏମସି) ଲୋକମାନଙ୍କୁ ସଚେତନ କରାଉଛି। କିନ୍ତୁ ଲୋକମାନେ ବେପରୁଆ ଭାବେ ଏଣେତେଣେ ବୁଲୁଛନ୍ତି। ନା ସଠିକ ଭାବେ ମାକ୍ସ ପିନ୍ଧୁଛନ୍ତି ନା ସାମଜିକ ଦୂରତା ରଖୁଛନ୍ତି। ଯାହାକୁ ନେଇ ବିଏମସି ରାଜଧାନୀବାସୀଙ୍କ ପାଇଁ କଠୋରବାଣୀ ଶୁଣାଇଛି। କୋଭିଡ଼୍ ନିୟମ ଭାଙ୍ଗିଲେ ୫ ଶହ ଟଙ୍କା ଜରିମାନା ଧାର୍ଯ୍ୟ କରିଛି ବିଏମସି।


ବିଏମ୍‌ସି ପକ୍ଷରୁ କୁହାଯାଇଛି, କୋଭିଡ୍‌ର ନୂତନ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ବଢିବାରେ ଲାଗିଛି। ଏଥିପାଇଁ ଆମକୁ ଅଧିକ ସତର୍କ ରହିବାକୁ ପଡିବ। ଆପଣଙ୍କ ସତର୍କତା ହିଁ ଆପଣଙ୍କୁ କରୋନା ମହାମାରୀ ଠାରୁ ସୁରକ୍ଷିତ ରଖିବ।ଏଥିସହ ଘରୁ ବାହାରିଲେ ସଠିକ ଭାବେ ମାସ୍କ ପିନ୍ଧିବା ସୁନିଶ୍ଚିତ କରିବା, ସର୍ବସାଧାରଣ ସ୍ଥାନରେ ୨ ମିଟର ଦୂରତା ବଜାୟ ରଖିବା, ଭିଡ଼ରୁ ନିବୃତ୍ତ ରହିବା ତଥା ସମସ୍ତ ଯୋଗ୍ୟ ବ୍ୟକ୍ତି କରୋନା ଟିକାର ୨ଟି ମାତ୍ରା ନିଶ୍ଚିତ ଭାବେ ନେବାକୁ ବିଏମ୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଛି।

ରାଜ୍ୟରେ ଜନସାଧାରଣ ବେପରୁଆ ହୋଇ ବୁଲୁଥିବା ବେଳେ ଏହି ଗାଇଡ଼ଲାଇନ୍ ଫଳରେ ସଚେତନ ହୋଇବେ ବୋଲି ବିଏମସି ତରଫରୁ ସୁଚନା ଦିଆଯାଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସବୁଠୁ ଅଧିକ ଚିହ୍ନଟ ହେଉଛନ୍ତି ରାଜଧାନୀ ଭୁବନେଶ୍ୱରରୁ । ତେଣୁ ଅମାନିଆ ରାଜଧାନୀବାସୀଙ୍କ ସାବାଡ଼ କରିବାକୁ ଏଣିକି ଜରିମାନା ଗଣିବାକୁ ପଡ଼ିବ ବୋଲି ଟ୍ୱିଟ କରିଛି ବିଏମ୍‌ସି।

Leave A Reply

Your email address will not be published.