ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଢୁଥିବା କରୋନା ସଂକ୍ରମଣକୁ ଦେଖି ବିଏମସିର ଗାଇଡଲାଇନ୍‌, ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ଏତିକି ଲୋକଙ୍କୁ ମିଳିବ ଅନୁମତି

ଭୁବନେଶ୍ବର : ବଢୁଥିବା କରୋନା ସଂକ୍ରମଣକୁ ନେଇ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛି ଭୁବନେଶ୍ବର ମହାନଗର ନିଗମ। ଏଣିକି ଭୁବନେଶ୍ୱର ଭିତରେ ହେଉଥିବା ବିବାହରେ କେବଳ ୧୦୦ ଜଣ ଲୋକ ଯୋଗ ଦେଇପାରିବେ । ସେହିପରି ଅନ୍ତ୍ୟେଷ୍ଟି କ୍ରିୟାରେ କେବଳ ୫୦ ଜଣ ଲୋକ ଯୋଗ ଦେଇପାରିବେ ବୋଲି ବିଏମସି ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି । ବିବାହ ଓ ଶୁଦ୍ଧି କାର୍ଯ୍ୟରେ କୋଭିଡ କଟକଣା କଡ଼ାକଡ଼ି ହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି। ଏହି ଗାଇଡ୍‌ଲାଇନ୍‌ ଆସନ୍ତା ୬ ତାରିଖରୁ ଲାଗୁ କରାଯିବା ପାଇଁ ବିଏମସି ପକ୍ଷରୁ କୁହାଯାଇଛି।

 

ସେହିପରି ରାଜଧାନୀରେ ସଂକ୍ରମଣ ଏବେ ବଢିବାରେ ଲାଗିଛି । ତେଣୁ ଏଭଳି ସମୟରେ ସମସ୍ତ ପ୍ରକାର କନଫରେନ୍ସ,କନକ୍ଲେଭକୁ ଆୟୋଜନ କରିବାକୁ ମନା କରାଯାଇଛି । ତା ସହ ବିଭିନ୍ନ ଶିକ୍ଷାନୁଷ୍ଠାନରେ କୌଣସି ସମାରୋହ ହୋଇପାରିବ ନାହିଁ ବୋଲି ବିଏମସି ନିର୍ଦ୍ଦେଶ ଦେଇଛି । ଅନ୍ୟପଟରେ ବିଏମସିର ବିନା ଅନୁମତିରେ କୌଣସି ସାମାଜିକ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ହୋଇପାରିବନି ।

ସୂଚନାଯୋଗ୍ୟ ଆଜି ଭୁବନେଶ୍ବରରୁ ୪୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୪ ଜଣ କ୍ବାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୩୧ ଜଣ ଲୋକାଲ କେସ୍‌ ରହିଥିଲେ। ‌

Leave A Reply

Your email address will not be published.