ପୌର ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ କଲା ବିଏମସି, ୨୯ରେ ଘୋଷଣା ହେବ ନିର୍ବାଚିତ ମେୟର ଓ କର୍ପୋରେଟରଙ୍କ ନାମ

ଭୁବନେଶ୍ୱର: ପୌର ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ଭୁବନେଶ୍ୱର ମହାନଗର ନିଗମ । ବିଏମସି କାର୍ଯ୍ଯାଳୟ, ନିର୍ବାଚନ ଅଧିକାରୀଙ୍କ କାର୍ଯ୍ଯାଳୟ ସମେତ ୱାର୍ଡ ୱାରି ଜାରି ହେଲା ବିଜ୍ଞପ୍ତି। ମେୟର, ଡେ଼ପୁଟି ମେୟର ଓ କର୍ପୋରେଟର ନିର୍ବାଚନ ପାଇଁ ବିଜ୍ଞପ୍ତିରେ ତାରିଖ ପ୍ରକାଶ ପାଇଛି। ମାର୍ଚ୍ଚ ୨ତାରିଖରୁ ୭ତାରିଖ ପର୍ଯ୍ଯନ୍ତ ଦିନ ୧୧ଟା ଠାରୁ ୩ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିପାରିବେ ଆଶାୟୀ । ନାମାଙ୍କନ ପତ୍ର ୯ ତାରିଖରେ ଯାଞ୍ଚ ହେବ । ୧୦ ତାରିଖରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ନାମାଙ୍କନ ପତ୍ର ପ୍ରତ୍ୟାହାର ଶେଷ ସମୟ ୧୪ ତାରିଖ ୩ଟା। ଚୂଡାନ୍ତ ପ୍ରାର୍ଥୀ ତାଲିକା ୧୪ତାରିଖ ୫ଟାରେ ପ୍ରକାଶ ପାଇବ । ନିର୍ବାଚନ ତାରିଖ ୨୪ମାର୍ଚ୍ଚ ସକାଳ ୮ଟା ଠାରୁ ଅପରାହ୍ନ ୫ଟା। ଭୋଟ ଗଣତି ୨୬ତାରିଖ ସକାଳ ୮ଟାରୁ ଆରମ୍ଭ ହେବ।

୨୯ରେ ନିର୍ବାଚିତ ମେୟର ଓ କର୍ପୋରେଟରଙ୍କ ନାମ ଘୋଷଣା ହେବ ।

୩୧ତାରିଖରେ ଡେପୁଟି ମେୟର ନିର୍ବାଚନ ପାଇଁ ମେୟରଙ୍କ ଦ୍ୱାରା ଆହୁତ ହେବ ବୈଠକ । ଏପ୍ରିଲ ୮ତାରିଖରେ ଡେପୁଟି ମେୟର ନିର୍ବାଚନ। ନିର୍ବାଚନ ପାଇଁ ଆଚରଣ ବିଧି ୨୫ତାରିଖ ଠାରୁ ଲାଗୁ ହୋଇସାରିଥିବା ବେଳେ ଏହା ମାର୍ଚ୍ଚ ୨୬ତାରିଖ ପର୍ଯ୍ଯନ୍ତ ବଳବତ୍ତର ରହିବ। ନିର୍ବାଚନ ଆଚରଣ ବିଧିକୁ କଡ଼ାକଡ଼ି ଲାଗୁ କରିବା ସହିତ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଏ ନେଇ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି।

Leave a comment