ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠୁ ସଚେତନତା ସହ କାର୍ଯ୍ଯାନୁଷ୍ଠାନ, ମାସ୍କ ନ ପିନ୍ଧିଲେ ଜରିମାନା

ଭୁବନେଶ୍ବର: ରାଜ୍ଯରେ ପୁଣି ଥରେ କରୋନା ମାମଲା ବଢିବାରେ ଲାଗିଛି। ଏଥିପାଇଁ ରାଜ୍ଯସରକାର କୋଭିଡ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦଶ ଦେଇଛନ୍ତି। କରୋନାକୁ ହରାଇବା ପାଇଁ  ରାଜ୍ଯସରକାର ପୁଣି ତତ୍ପରତା ଦେଖାଇଛନ୍ତି। ଏଣିକି ମାସ୍କ ନ ପିନ୍ଧିଲେ ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯିବ ଓ ଜରିମାନା ଆଦାୟ ହେବ। ସାମାଜିକ ଦୂରତା ରକ୍ଷାକୁ ମଧ୍ଯ ଗୁରୁତ୍ବ ଦିଆଯାଇଛି। ନିୟମକୁ ମାଲିବା ପାଇଁ  କମିଶନରେଟ୍ ପୋଲିସ ପରାମର୍ଶ ଦେଇଛି। ଏନେଇ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ସେପଟେ ଆଜିଠାରୁ ଜୋରଦାର ହେବ ଚଢ଼ାଉ। ତ୍ବରାନ୍ବିତ ହେଲା ସଚେତନତା କାର୍ଯ୍ଯକ୍ରମ। ଉଭୟ ସଚେତନତା ଓ କାର୍ଯ୍ଯାନୁଷ୍ଠାନକୁ ଦିଆଯିବ ଗୁରୁତ୍ବ। ଅପରାହ୍ନରେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀଙ୍କ ଦ୍ବାରା ହେବ ବିମାନ ବନ୍ଦର ଓ ରେଳ ଷ୍ଟେସନରେ ସ୍ଥିତି ଅନୁଧ୍ୟାନ। ଏନଫୋର୍ସମେଣ୍ଟ ପାଇଁ ବିଏମସିକୁ ମିଳିଛି ଅଧିକ ଫୋର୍ସ । ବିଏମସିର ୩ଟି ଜୋନରେ ୬ରୁ ଅଧିକ ସ୍କ୍ବାଡ୍ ଚଢ଼ାଉରେ ସାମିଲ ହେବେ।

XIMB ରେ ପ୍ରଥମ ଦିନ ୨୦୧ ଓ ଗତକାଲି ୮୬ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା। ସବୁର RTPCR ଟେଷ୍ଟ କରାଯାଇଛି। ସବୁଗୁଡିକ ନେଗେଟିଭ ଆସିଛି । ଆସନ୍ତାକାଲିଠାରୁ ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନର ହଷ୍ଟେଲରେ ମଧ୍ୟ ଯାଞ୍ଚ ଓ ଟେଷ୍ଟିଂକୁ କଡାକଡି କରାଯିବ । ଟ୍ରାଇଡେଣ୍ଟ କଲେଜ ହଷ୍ଟେଲରେ ହେବ ପ୍ରଥମ ଟେଷ୍ଟିଂ କରାଯିବ । CRPF ପକ୍ଷରୁ ଟେଷ୍ଟିଂ ପାଇଁ ଆବେଦନ କରାଯାଇଛି । ପର୍ଯ୍ୟାୟ କ୍ରମେ ସବୁ ହଷ୍ଟେଲରେ ହେବ ଟେଷ୍ଟିଂ । ଏଥିପାଇଁ କୋଭିଡ ସଚେତକଙ୍କୁ ପୁନଃ ନିୟୋଜିତ କରାଯିବ ବୋଲି ବିଏମସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.