ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପରୀକ୍ଷା ନ ଥିଲେ ହଷ୍ଟେଲ ଛାଡ- ବିଏମସି

ଭୁବନେଶ୍ୱର: ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରାବାସର ଅନ୍ତେବାସୀଙ୍କ ଲାଗି ଗାଇଡ୍‌ଲାଇନ୍ ଜାରି କରିଛି ବିଏମ୍‌ସି। ପରୀକ୍ଷା ସରିଥିବା ଓ ପରୀକ୍ଷା ନ ଥିବା ପିଲାଙ୍କୁ ହଷ୍ଟେଲ ଛାଡ଼ିବାକୁ ବିଏମ୍‌ସି ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଏ ନେଇ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ପିଲାଙ୍କ ପରୀକ୍ଷା ସରିନି, ପୂରା ଗାଇଡ୍ ଲାଇନ୍ ମାନି ଚଳିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଗାଇଡ୍ ଲାଇନ୍ ଜାରି କରାଯାଇଛି।

ସୂଚନା ଅନୁଯାୟୀ, ରାଜ୍ଯରେ ଆଜି ୭୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ଯରୁ କେବଳ ରାଜଧାନୀ ଭୁବନେଶ୍ୱରରୁ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରରୁ ଚିହ୍ନଟ ହୋଇଥିବା ବେଳେ ୭୯ ଜଣ ସ୍ଥାନୀୟ ଅଂଚଳର ରହିଛନ୍ତି।

Leave A Reply

Your email address will not be published.