ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସଂକ୍ରମଣ ବଢୁଥିବାରୁ ରାଜଧାନୀର ହାଟ ଉପରେ କଟକଣା ଲଗାଇଲା ବିଏମ୍‌ସି

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଉଛି। ଯାହାକୁ ନଜରରେ ରଖି ଭୁବନେଶ୍ବର ମହାନଗର ନିଗମ(ବିଏମସି) ପକ୍ଷରୁ ବିଭିନ୍ନ କଟକଣା କରାଯାଇଛି। ରାସ୍ତା ଘାଟରେ ମାକ୍ସ ଚେକିଂ ସହ ଲୋକମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଏହାରି ମଧ୍ୟ ବିଏମସି ପକ୍ଷରୁ ରାଜଧାନୀର ହାଟ ଗୁଡିକ ଉପରେ କଟକଣା ଲଗାଯାଇଛି।

ରାଜଧାନୀରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦେଖି ଭୁବନେଶ୍ବରର ହାଟ ଗୁଡିକର ବିକେନ୍ଦ୍ରୀକରଣ କରିବାକୁ ନିଷ୍ପତ୍ତି ହୋଇଛି। ଏକାଠି ନବସି ଅଲଗା ଅଲଗା ଜାଗାରେ ବସିବେ ବ୍ୟବସାୟୀ । ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ହାଟ ପାଇଁ ଭିନ୍ନ ସ୍ଥାନ ଚିହ୍ନଟ ହେବ । ପ୍ରଥମ, ୨ୟ ଲହର ବେଳେ ଯେଉଁଠି ହାଟ ବସିଥିଲା, ସେଠି ବସି ପାରିବେ । ଜୋନାଲ ଡେପୁଟି କମିଶନରମାନେ ହାଟ ପାଇଁ ଜାଗା ନିର୍ଣ୍ଣୟ କରିବେ ।ଏହି ସମୟରେ କୋଭିଡ ସମସ୍ତ ନିୟମକୁ ବ୍ୟବସାୟୀ ଓ ଗ୍ରାହକ ଅନୁପାଳନ କରିବେ। ହାଟର ବିକେନ୍ଦ୍ରୀକରଣ ସମୟରେ ଲୋକାଲ ପୋଲିସକୁ BMC ଓ BDAର ଏନଫୋର୍ସମେଣ୍ଟ ଟିମ ସହାୟତା କରିବେ ।


ଅନ୍ୟପଟେ ଆଜି ରାଜଧାନୀ ଭୁବନେଶ୍ବରରୁ ୬୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୫୬୮ ଜଣ ଲୋକାଲ କେସ୍‌ ଥିବା ବେଳେ ୫୧ ଜଣ କ୍ବାରେଣ୍ଟାଇନ ଏବଂ ୫୧ ଜଣ ପୂର୍ବ ସଂକ୍ରମିତ ଦ୍ବାରା ସଂକ୍ରମିତ ହୋଇଛନ୍ତି। ଏଥି ସହିତ ୧୧୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଆଜି ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୧୨୭୨୬୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୧୧୦୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୨୮୧୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୩୩୨୫ ଜଣ ଏବେ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.