ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଏମସିର ନିଷ୍ପତ୍ତି : ବିମାନ ବନ୍ଦରରେ ସବୁ ଯାତ୍ରୀଙ୍କର ହେବ ଆର୍‌ଟିପିସିଆର୍‌ ଟେଷ୍ଟ, କାଲିଠୁ ଲାଗୁ ହେବ ନିୟମ

ଭୁବନେଶ୍ବର : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ନେଇ ଭୁବନେଶ୍ୱର ବିମାନବନ୍ଦର ପାଇଁ ନୂଆ ଗାଇଡଲାଇନ୍ ଜାରି କଲା ବିଏମସି। ଭୁବନେଶ୍ୱର ବିମାନ ବନ୍ଦର ଦେଇ ଆସୁଥିବା ସମସ୍ତ ଯାତ୍ରୀଙ୍କର ହେବ କୋଭିଡ ପରୀକ୍ଷା। ଭୁବନେଶ୍ୱର ବିମାନ ବନ୍ଦରକୁ ଆସୁଥିବା ସମସ୍ତ ବିମାନ ଯାତ୍ରୀଙ୍କ ଆର୍ଟିପିଆର ଟେଷ୍ଟ ବାଧ୍ୟତାମୂଳକ । ବିମାନ ଯାତ୍ରୀ ମାନଙ୍କୁ ଯେଉଁମାନେ ପୂର୍ବରୁ ଟୀକାକରଣ କରିସାରିଛନ୍ତି କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟରେ ଅଛନ୍ତି ସେମାନଙ୍କୁ ମଧ୍ୟ ଏହି କୋଭିଡ୍ ପରୀକ୍ଷା କରିବାକୁ ପଡିବ ।

ଗାଇଡଲାଇନ୍ ଅନୁସାରେ, ଭୁବନେଶ୍ବର ଆସୁଥିବା ସମସ୍ତ ବିମାନ ଯାତ୍ରୀଙ୍କର ଆର୍‌ଟିପିସିଆର୍‌ ଟେଷ୍ଟ୍ କରାଯିବ । ଆସନ୍ତାକାଲି ଠାରୁ ଏହାକୁ ଲାଗୁ କରାଯିବ । ବିଏମ୍‌ସି ପକ୍ଷରୁ ବିମାନବନ୍ଦରରେ ଯାତ୍ରୀଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ୍‌ ପାଇଁ ବ୍ୟବସ୍ଥା କରାଯିବ । ଯେଉଁ ଯାତ୍ରୀମାନେ ବାହାର ରାଜ୍ୟରୁ ଆସିଥିବେ ସେମାନଙ୍କର ଆରଟିପିସିଆର ଟେଷ୍ଟ କରାଯିବ ।  ଯାତ୍ରୀମାନେ ଡବଲ୍ ଡୋଜ୍ ଟିକା ନେଇଥିଲେ ବା ନେଗେଟିଭ୍ ରିପୋର୍ଟ ଥିଲେ ମଧ୍ୟ ସେମାନଙ୍କର ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ ।ଏହାସହ ଯେଉଁମାନେ ଭାୟା ଭୁବନେଶ୍ବର ଦେଇ ଯିବେ, ସେମାନଙ୍କର ଆରଟିପିସିଆର ଟେଷ୍ଟ କରାଯିବ ନାହିଁ ।

ରିପୋର୍ଟ ଆସିବ ପର୍ଯ୍ୟନ୍ତ ଯାତ୍ରୀମାନେ ହୋମ୍‌ ଆଇସୋଲେସନ୍‌ରେ ରହିବେ । ଯଦି ସଂପୃକ୍ତ ଯାତ୍ରୀଙ୍କର ରିପୋର୍ଟ ପଜିଟିଭ୍ ଆସେ, ତେବେ ସେମାନଙ୍କ ପାଇଁ ନିୟମ ଅନୁସାରେ ପଦକ୍ଷେପ ନିଆଯିବ । ବିଏମସିର ଏହି ନିୟମକୁ ଆସନ୍ତାକାଲି ଠାରୁ କଡ଼ାକଡି କରାଯିବ ।

Leave A Reply

Your email address will not be published.