ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୁନିସିପାଲିଟି କର୍ମଚାରୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଲାଙ୍ଗୀର: ବଲାଙ୍ଗିର ସହରରେ ଚାଞ୍ଚଲ୍ୟ । ପୌରସଂସ୍ଥାର ମହିଳା କର୍ମଚାରୀଙ୍କୁ ନିର୍ମମ ଭାବେ ହତ୍ୟା। ବୀଜାଖମନ ୱେଷ୍ଟ ମାନେଜମେଣ୍ଟ ପ୍ଲାଣ୍ଟ ନିକଟରୁ ମୁନିସିପାଲିଟି କର୍ମଚାରୀଙ୍କ ରକ୍ତାକ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର । ମୃତ ମହିଳାଙ୍କ ନା ଅଷ୍ଟମୀ ବକୁଳ ବୋଲି ଜଣାପଡିଛି । ତାଙ୍କ ବୟସ ୪୦ ବର୍ଷ। ଗତ କାଲି ଠାରୁ ସେ ନିଖୋଜ ଥିଲେ । ଆଜି ସକାଳୁ ମୁନିସିପାଲଟିର କିଛି କର୍ମଚାରୀ ମୃତ ଦେହ ପଡିଥିବା ଦେଖି ପୋଲିସ଼କୁ ଖବର ଦେଇଥିଲେ ।

ସୂଚନା ଅନୁସାରେ, ପୌର ସଂସ୍ଥାର ମଇଳା ଉଠା ଗାଡି ଚଲାଉଥିଲେ ଅଷ୍ଟମୀ । ଗତକାଲି ସଂଧ୍ୟା ୬ଟାରୁ ସେ ନିଖୋଜ ଥିଲେ। ସିସିଟିଭି ଫୁଟେଜ ଅନୁଯାୟୀ ସେ ଗତକାଲି ସନ୍ଧ୍ୟାରେ ୱେଷ୍ଟ ମ୍ୟାନେଜମେଣ୍ଟ ପାଖରେ ଗାଡି ରଖିଥିଲେ। ଏହାପରେ ସେଠାରୁ ସେ ଚାଲିଯାଇଥିବା ଦେଖିବାକୁ ମିଳିଛି। ତେବେ ଫେରିବା ବାଟରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.