ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀ ଜୟଦେବ କଲେଜ୍ ଅଫ୍ ଫାର୍ମାସୀଟିକାଲ୍ ସାଇନ୍ସ କ୍ୟାମ୍ପସ ପରିସରରେ ରକ୍ତଦାନ ଶିବିର, ସଂଗୃହୀତ ହେଲା ୬୨ ୟୁନିଟ୍ ରକ୍ତ

ଭୁବନେଶ୍ୱର : ନହରକଣ୍ଟା ସ୍ଥିତ ଶ୍ରୀ ଜୟଦେବ କଲେଜ୍ ଅଫ୍ ଫାର୍ମାସୀଟିକାଲ୍ ସାଇନ୍ସ କ୍ୟାମ୍ପସ ପରିସରରେ ଶନିବାର ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଯାଇଛି। ଏହି କାର୍ଯ୍ୟକ୍ରମରେ ସେଣ୍ଟ ଜନ୍ ଆମ୍ବୁଲାନ୍ସ ଓଡ଼ିଶା ରାଜ୍ୟ ଶାଖା ସେକ୍ରେଟାରୀ ତଥା କମିଶନର ଡ: ସନତ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ସର୍ବପ୍ରଥମେ ଜୟଦେବଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାପ୍ରଣ କରିବା ସହ କଲେଜର ଅଧ୍ୟକ୍ଷା ପ୍ରଫେସର ଡ. ନିଳୀମା ଶୁକ୍ଳା ପ୍ରଦୀପ ପ୍ରଜ୍ବଳନ କରି ରକ୍ତଦାନ ଶିବିରର ଶୁଭାରମ୍ଭ କରିଥିଲେ।

କଲେଜର ପିଲାମାନେ କିପରି ଭଲ ମଣିଷ ହେବେ ଏବଂ ସମାଜସେବା ପ୍ରତି ନିଜକୁ ଉତ୍ସଗିକୃତ କରିବେ, ସେ ବିଷୟରେ କଲେଜର ଅଧ୍ୟକ୍ଷା ଡ.ଶୁକ୍ଳା ତାଙ୍କ ବକ୍ତବ୍ୟରେ ପରିପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସୁଚାର ରୂପେ ପରିଚାଳନା କରିବା ପାଇଁ କଲେଜ ପକ୍ଷରୁ କିଛି ସ୍ବେଛାସେବୀଙ୍କୁ ନିୟୋଜିତ କରାଯାଇଥିଲା। ଏହି ରକ୍ତଦାନ ଶିବିରରେ ମୋଟ୍ ୬୨ ୟୁନିଟ୍ ରକ୍ତ ସଂଗ୍ରହ କରାଗଲା। ରକ୍ତଦାତା ରକ୍ତ ଦେଈ କିପରି ଲୋକଙ୍କ ଜିବନ ବଞ୍ଚାଇବା ସହ ଏକ ମହତ୍ କାର୍ଯ୍ୟ କରୁଛନ୍ତି ସେ ସମ୍ପର୍କରେ କଲେଜର ଅଧ୍ୟାପକ ଓ ଅଧ୍ୟାପିକା ମଧୁଛନ୍ଦା ମିଶ୍ର, ସୌଭିକ୍ ଗିରି, ଦେବାଶିଷ ମହାନ୍ତି, ଭାବନା ଘୋଷ୍, ଅର୍ଚ୍ଚନା ପଟ୍ଟନାୟକ, ପ୍ରଭୁଦତ ମହାପାତ୍ର, ପ୍ରଦୀପ୍ତ ବେହେରା, ମୋନାଲିସା ଗୋଛି ପ୍ରମୁଖ ପିଲା ମାନଙ୍କୁ ତାଙ୍କ ବକ୍ତବ୍ୟରେ ପରିପ୍ରକାଶ କରିଥିଲେ।

ରାଜ୍ୟରେ ପ୍ରତିଦିନ ବହୁରୋଗୀଙ୍କର ରକ୍ତ ଆବଶ୍ୟକ ହେଉଛି। ଏଣୁ ରକ୍ତଦାନ କରି ଏହି ଅଭାବକୁ ଦୂରେଇବା ପାଇଁ ଅତିଥିମାନେ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ। “ରକ୍ତ ଅଭାବକୁ ଦେବା ଦୂରେଇ, ରକ୍ତ ଅଭାବରୁ ନ ମରୁ କେହି” ଏହି ଉକ୍ତିକୁ ଦୃଷ୍ଟି ରେ ରଖି ପ୍ରଚଣ୍ଡ ଖରା ସତ୍ତ୍ୱେ ମଧ୍ୟ ଏଭଳି ଏକ ରକ୍ତଦାନ ଶିବିରର ଆୟୋଜନ କରିଥିବା ପ୍ରଗତି ରଞ୍ଜନ ଶତପଥୀଙ୍କୁ ଜୟଦେବ କଲେଜର ଅଧ୍ୟକ୍ଷା ପ୍ରଫେସର ଡ. ନିଳୀମା ଶୁକ୍ଳା ଧନ୍ୟବାଦ୍ ପ୍ରଦାନ କରିଥିଲେ।

Leave A Reply

Your email address will not be published.