ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାପାଙ୍କ ଏକାଦଶାହରେ ରକ୍ତ ଦାନ ଶିବିର ଆୟୋଜନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଲେ ଦୁଇ ପୁଅ

କେନ୍ଦୁଝର: କରୋନା ମହାମାରୀ ସମୟରେ ରକ୍ତର ଅଭାବ ପରିଲିକ୍ଷିତ ହେଉଛି । ଏହି ସମୟରେ ନିଜ ବାପାଙ୍କ ଏକାଦଶାହରେ ରକ୍ତ ଦାନ ଶିବିର ଆୟୋଜନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ବିଜେଡି ଯୁବ ନେତା ଦୁଇ ଭାଇ । ଘସିପୁରା ନିର୍ବାଚନ ମଣ୍ଡଳୀ ପଦନା ଗ୍ରାମର ସ୍ୱର୍ଗତ ପଞ୍ଚାନନ ସାହୁଙ୍କ ଆଜି ଥିଲା ଏକାଦଶାହ । ଏହି ଅବସରରେ ତାଙ୍କ ଦୁଇ ପୁଅ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ ସାହୁ ଓ ସାନପୁଅ କେନ୍ଦୁଝର ଜିଲ୍ଲା ମୋ ପରିବାର ସଂଯୋଜକ ପ୍ରଦୀପ ସାହୁ ପରିବାର ଓ ବନ୍ଧୁ ବାନ୍ଧବଙ୍କୁ ନେଇ ଏକ ରକ୍ତ ଦାନ ଶିବିର ଆୟୋଜନ କରିଥିଲେ ।

ଏହି ଶିବିରରେ ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଓ ପାଟଣା ବିଧାୟକ ଜଗନାଥ ନାୟକ ଯୋଗ ଦେଇ ଏଭଳି ଆୟୋଜନକୁ ପ୍ରଶଂସା କରିଥିଲେ। ଗୋଟେପଟେ କୋଭିଡର ଭୟବହତା ଜାରି ରହିଛି । ରାଜ୍ୟର ରକ୍ତର ଅଭାବ ପରିଲିଖିତ ହେଉଛି । ତେଣୁ ଏଭଳି ଏକ ଦୁସ୍ଥିତିରେ ରକ୍ତ ଅଭାବକୁ ଦୂର କରିବା ନେଇ ଏପରି ଏକ ଅଭିନବ ଉପାୟ ଆପଣାଇଥିବାରୁ ସ୍ଥାନୀୟଲୋକେ ପରିବାରଲୋକଙ୍କୁ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.