ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୈନିକ ଖବରକାଗଜ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ବାରିପଦାରେ ରକ୍ତଦାନ ଶିବିର

ବାରିପଦା: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଓ ଆଜାଦି କି ଅମୃତ ମହୋତ୍ସବ ଅବସରରେ ଦୈନିକ ଖବରକାଗଜ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ବାରିପଦା ରକ୍ତ ଭଣ୍ଡାରରେ ଶନିବାର ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହେଉଛି । ସକାଳ ଜିଲ୍ଲା ପ୍ରତିନିଧି ମନୋଜ କୁମାର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶିବିର ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇଥିବା ବେଳେ ବୟଜ୍ୟେଷ୍ଠ ବିତରକ ସତ୍ୟନାରାୟଣ ମହନ୍ତ ଉଦଘାଟନ କରିଛନ୍ତି । ସମ୍ମାନୀତ ଅତିଥି ଭାବେ ସମାଜସେବୀ ଦେବାଶୀଷ ପାତ୍ର, ବିପ୍ଳବ ରଞ୍ଜନ ବୁଗୁଡେଇ, ଏମକେସି ହାଇସ୍କୁଲ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଅମିତାଭ ମିଶ୍ର ଯୋଗଦେଇ ସକାଳ ଓ ନନ୍ଦିଘୋଷ ର ପ୍ରୟାସ ରକ୍ତଦାନ ବଞ୍ଚାଇବ ଅନେକଙ୍କ ଜୀବନ ବୋଲି କହିଥିଲେ । ପ୍ରଥମ ରକ୍ତଦାତା ଭାବେ ମୁଖ୍ୟଅତିଥିଙ୍କ ନାତି ସଚ୍ଚିଦାନନ୍ଦ ରକ୍ତଦାନ କରିଛନ୍ତି ।

ନନ୍ଦିଘୋଷ ପ୍ରତିନିଧି ସୁବ୍ରତ ଦାସ, ସକାଳର ପ୍ରସାରବିଭାଗର ଉମାକାନ୍ତ ମାଝି ଓ ବାରିପଦା ଏଜେଣ୍ଟ ବୀରକିଶୋର ପରିଡା ଶିବିର ପରିଚାଳନା କରୁଥିବା ବେଳେ ବାରିପଦା ରକ୍ତ ଭଣ୍ଡାର ର ଡାକ୍ତର ଓ କର୍ମଚାରୀ ରକ୍ତ ସଂଗ୍ରହ ରେ ସହାୟତା କରୁଛନ୍ତି । ଅପରାହ୍ନ ୧ଟାରେ ସରିବ ।

Leave A Reply

Your email address will not be published.