ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଥାନା ଭିତରେ ଭୟଙ୍କର ବିସ୍ଫୋରଣ: ଭୁଶୁଡ଼ିଲା ଥାନାର ଛାତ, ଫାଟିଗଲା କାନ୍ଥ

ପିପିଲି: ପୁରୀ ଜିଲ୍ଲା ପିପିଲି ବଳଙ୍ଗା ଥାନାରେ ବିସ୍ଫୋରଣ। ଏହି ବିସ୍ଫୋରଣରେ ଥାନାର ଛାତ ଭୁଶୁଡ଼ିବା ସହ କାନ୍ଥ ଫାଟିଯାଇଛି। ବିଳମ୍ବିତ ରାତିରେ ଅଚାନକ ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ ହୋଇଥିବା ବେଳେ କାରଣ ଅସ୍ପଷ୍ଟ ରହିଛି।

ସୂଚନା ଅନୁଯାୟୀସ, କୌଣସି ଜବତ ବିସ୍ଫୋରକ ସାମଗ୍ରୀ ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି। ବିସ୍ଫୋରଣରେ ଛାତ ଉଡିଯିବା ସହ ସମସ୍ତ ଆସବାବପତ୍ର ପୋଡିଯାଇଛି। । ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସମେତ, କମ୍ପ୍ୟୁଟର, ଟେବୁଲ, ଚେୟାର ସବୁ ନଷ୍ଟ ହୋଇଛି। ସବୁଠାରୁ ବଡ଼ କଥା ହେଉଛି ବିସ୍ଫୋରଣରେ କାହାରି ଜୀବନ ପ୍ରତି ଆଞ୍ଚ ଆସିନାହିଁ। କୌଣସି ଥାନା କର୍ମଚାରୀ ଥାନା ଭିତରେ  ନଥିଲେ। ଯାହାଦ୍ୱାରା ବଡ଼ ଅଘଟଣରୁ ଥାନା କର୍ମଚାରୀ ବର୍ତ୍ତିଯାଇଛନ୍ତି। ବିସ୍ଫୋରଣରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ବେଳେ ଘଟଣାସ୍ଥଳରେ ପିପିଲି ଏସଡିପିଓଙ୍କ ସମେତ ପୁରୀ ଏସପି ପହଞ୍ଚିଛନ୍ତି। ବିସ୍ଫୋରଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

Leave A Reply

Your email address will not be published.