ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେମିକାଲ କାରଖାନାରେ ବିସ୍ଫୋରଣ, ଭୂକମ୍ପ ଭାବି ଘରୁ ବାହାରି ଆସିଲେ ସ୍ଥାନୀୟଲୋକେ

ଗୁଜୁରାଟ: ଗୁଜୁରାଟର ଭରୁଚ ଜିଲ୍ଲାରେ ସୋମବାର ବିଳମ୍ବିତ ରାତ୍ରରେ ଏକ କେମିକାଲ କାରଖାନାରେ ବଡ ଧରଣର ବିସ୍ଫୋରଣ ଘଟିଛି। ଝାଗାଡିଆ ସ୍ଥିତ କେମିକାଲ କମ୍ପାନୀରେ ୟୁପିଏଲ ପ୍ଲାଣ୍ଟରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି।  ଏହି ବିସ୍ଫୋରଣରେ ୨୪ ଜଣ କର୍ମଚାରୀ ଆହତ ହୋଇଛନ୍ତି ।

ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି। ବିସ୍ଫୋରଣ ମାତ୍ରା ଏତୋ ଥିଲା ଯେ ଏହାର ଶବ୍ଦ ୧୫ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା। ଏଥି ସହିତ ବିସ୍ଫୋରଣ ହେତୁ ଆଖପାଖ ଗାଁରେ ରହୁଥିବା ଲୋକମାନେ ଭୂକମ୍ପ ଭଳି ଅନୁଭବ କରିଥିଲେ। ଏହି କାରଣରୁ କିଛି ଲୋକ ନିଜ ଘରୁ ବାହାରି ଆସିଥିଲେ।

ୟୁପିଏଲ କମ୍ପାନୀରେ ବିସ୍ଫୋରଣ ହେବା ପରେ ୨୪ ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ଭରୁଚ ଓ ବଦୋଦରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବିସ୍ଫୋରଣର କାରଣ ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଦମକଳ ବାହିନୀ ନିଆଁକୁ ଆୟତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

Leave A Reply

Your email address will not be published.