ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ବ୍ଲାଙ୍କ ଫାୟାରିଂ: ଦୁଇ ଗୋଷ୍ଠୀ ମଧ୍ଯରେ ଗଣ୍ଡଗୋଳ ପରେ ଦବଦବା ଜାହିର୍ କରିବାକୁ ଯାଇ ଗୁଳିମାଡ଼

ଭୁବନେଶ୍ୱର: ରାଜଧାନୀରେ ବ୍ଲାଙ୍କ ଫାୟାରିଂ। ଦବଦବା ଜାହିର୍ କରିବାକୁ ଯାଇ ଗୁଳିମାଡ଼। ଦୁଇ ଗୋଷ୍ଠୀ ଗଣ୍ଡଗୋଳ ପରେ ଭୁବନେଶ୍ୱର ସିଆରପି ଛକରେ ବ୍ଲାଙ୍କ ଫାୟାରିଂ ହୋଇଛି । କୌଣସି ଘଟଣାକୁ ନେଇ ପ୍ରଥମେ ଛକ ଉପରେ ଦୁଇ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ଲାଗି ରହିଥିଲା । ପରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ଦୁଇ ଯୁବକ ବ୍ଲାଙ୍କ ଫାୟାରିଂ କରିଥିଲେ । ଘଟଣାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ନୟାପଲ୍ଲୀ ପୁଲିସ ପହଞ୍ଚିବା ବେଳକୁ ଦୁଇଗୋଷ୍ଠୀ ଛତ୍ରଭଙ୍ଗ ଦେଇଥିଲେ । ତେବେ ଫାଙ୍କା ଗୁଳି ଚାଳନା କରି ଦୁଇ ଦୁର୍ବୃତ୍ତ ଚମ୍ପଟ ମାରିଛନ୍ତି । ଆଖପାଖ ଅଞ୍ଚଳରେ ଲାଗଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି । ଘଟଣା ସ୍ଥଳରେ ନୟାପଲ୍ଲୀ ପୁଲିସ, ସ୍ପେଶାଲ ସ୍କ୍ୱାଡ୍, ଭୁବନେଶ୍ୱର ଡିସିପି ପହଞ୍ଚି ତନାଘନା କରିଛନ୍ତି ।

Leave A Reply

Your email address will not be published.