ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ବ୍ଲାଙ୍କ ଫାୟାରିଂ ଘଟଣା: ଅଭିଯୁକ୍ତ ବିନୟ ଆଚାର୍ଯ୍ୟ ଗିରଫ, ନିଜ ସ୍ତ୍ରୀର ବନ୍ଧୁକରୁ ଗୁଳି ଚଳାଇଥିଲେ

ଭୁବନେଶ୍ବର: ଭୁବନେଶ୍ୱର ସିଆରପି ଛକରେ ବ୍ଲାଙ୍କ ଫାୟରିଂ ଘଟଣାରେ ଅଭିଯୁକ୍ତ ବିନୟ ଆଚାର୍ଯ୍ୟକୁ ଗିରଫ କରିଛି ପୁଲିସ। ସବୁଠୁ ବଡ଼ କଥା ହେଲା ନିଜ ସ୍ତ୍ରୀର ବନ୍ଧୁକରେ ଗୁଳି ଚଳାଇ ଥିଲା ଅଭିଯୁକ୍ତ ବିନୟ । ଅଭିଯୁକ୍ତ ବିନୟର ସ୍ତ୍ରୀଙ୍କ ନାମରେ ବନ୍ଧୁକ ଲାଇସେନ୍ସ ରହିଛି । ଅଭିଯୁକ୍ତ ବିନୟର ପତ୍ନୀ ଜଣେ ଜାତୀୟ ସ୍ତରର ଶୁଟର । ସେ ରାଇଫଲ କ୍ଲବର ମେମ୍ବର ବୋଲି ଜଣା ପଡ଼ିଛି । ବିନୟ ଠାରୁ ଗୋଟିଏ ବନ୍ଧୁକ ଓ ୫ ରାଉଣ୍ଡ ଗୁଳି ଜବତ କରିଛି ପୁଲିସ । ଆଗକୁ ବନ୍ଧୁକର ଲାଇସେନ୍ସ ରଦ୍ଧ କରିବାକୁ ପୁଲିସ କମିଶନରଙ୍କୁ ଚିଠି ଲେଖାଯିବ ବୋଲି ଭୁବନେଶ୍ବକ ଡିସିପି କହିଛନ୍ତି।

ଭୁବନେଶ୍ୱର ଡିସିପି କହିଛନ୍ତି ଯେ, ସିଆରପି ପାଖରେ ଏକ ଦୋକାନ ଆଗରେ ଗଣ୍ଡମୁଣ୍ଡା ଅଞ୍ଚଳରବିଭୁ ପ୍ରସାଦ ଜେନା ଛିଡ଼ା ହୋଇଥିଲା । ଅଭିଯୁକ୍ତ ବିନୟ ଆଚାର୍ଯ୍ୟ ଦୋକାନ ପାଖକୁ ଆସି ଗଣ୍ଡଗୋଳ କରିଥିଲା । ବିନୟ ଆସି ଗଣ୍ଡଗୋଳ କରିବା ସହ ବିଭୁ ଉପରକୁ ଗୁଳି ଚଳାଇଥିଲେ । ଥାନାରେ ବିଭୁଙ୍କ ଏତଲା ପରେ ବିନୟଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯିବ । ଜେରା ବେଳେ ପୋଲିସ ଆଗରେ ସବୁ କଥା ମାନିଛି ଅଭିଯୁକ୍ତ ବିନୟ ।

Leave A Reply

Your email address will not be published.