ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କରୋନା ମୁକାବିଲା: ଔଷଧ କଳାବଜାର ରୋକିବାକୁ ଗଠନ ହେଲା ୨୩ଟି ସ୍କ୍ବାଡ୍

ଭୁବନେଶ୍ୱର: ରାଜ୍ଯରେ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ବଢୁଥିବା ବେଳେ କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧର ଘୋର ଅଭାବ ଦେଖାଦେଉଥିବା ଅଭିଯୋଗ ହେଉଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରିଛନ୍ତି। ରାଜ୍ୟରେ ଜରୁରୀ ଔଷଧ, ସ୍ୱାସ୍ଥ୍ୟ ସାମଗ୍ରୀ କଳାବଜାର ରୋକିବା ପାଇଁ ଏହି ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯାଇଛି। ସାରା ରାଜ୍ୟ ପାଇଁ ୨୩ଟି ସ୍କ୍ୱାଡ ହୋଇଛି।

ସେଥିରୁ କଟକ ଓ ଭୁବନେଶ୍ୱର ପାଇଁ ୭ଟି ସ୍କ୍ୱାଡ ଗଠନ କରାଯାଇଥିବା ବେଳେ ରାଜ୍ୟର ଅନ୍ୟ ଅଞ୍ଚଳ ପାଇଁ ୧୫ ସ୍କ୍ୱାଡ। ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ଯଶୱନ୍ତ ଜେଠୱା ଗଣମାଧ୍ୟମକୁ କହିଛନ୍ତି। ଏହି ସ୍କ୍ୱାଡ଼ ଷ୍ଟକ୍‌ ଯାଞ୍ଚ କରିବେ। ଯଦି କିଛି କଳାବଜାର ହେଉଥିବ, ତାହା ହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ଯନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି।

Leave A Reply

Your email address will not be published.