ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜେପି କର୍ମୀଙ୍କ ଗୁଣ୍ଡାରାଜ : ଭୋଟ୍ ନ ଦେବାରୁ ଘରେ ପଶି ଗର୍ଭବତୀଙ୍କ ସହ ୩ ଜଣଙ୍କୁ ମାଡ଼

ନୀଳଗିରି : ପଞ୍ଚାୟତ ନିର୍ବାଚନ ହାରିବା ଭୟରେ ହିଂସା ଭିଆଉଛି ବିଜେପି । କେଉଁଠି ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଟଙ୍କା ବାଣ୍ଟୁଛି ତ ଆଉ କେଉଁଠି ମାଡ଼ ମାରୁଛି । ବାଲେଶ୍ୱରରେ ବି ଦେଖିବାକୁ ମିଳିଛି ବିଜେପି କର୍ମୀଙ୍କ ଗୁଣ୍ଡାରାଜ । ଜୋର ଜାର୍ ମୂଲକ ତା’ର ଭଳି ଭୋଟ୍ ନଦେବାରୁ ଗର୍ଭବତୀଙ୍କ ସହ ବିଜେପି କର୍ମୀ ତିନିଜଣଙ୍କୁ ମାଡ଼ ମାରିଛନ୍ତି । ଏଭଳି ଅଭିଯୋଗ ଆସିଛି ନୀଳଗିରି ନିରସିଂହପୁର ପଞ୍ଚାୟତ ଦିନିଦେଶ ଅଞ୍ଚଳରୁ । ୨୨ ତାରିଖ ରାତିରେ ତିନିଦେଶ ଅଞ୍ଚଳରେ କିଛି ବିଜେପି କର୍ମୀ ରାଖେଲ୍ ସିଂଙ୍କୁ ଘରେ ପଶି ଆକ୍ରମଣ କରିଥିଲେ । ସ୍ୱାମୀଙ୍କୁ ଆକ୍ରମଣ ହେଉଥିବା ଦେଖି ଛଡ଼ାଇବାକୁ ଆସିଥିଲେ ଗର୍ଭବତୀ ସ୍ତ୍ରୀ ମିନତୀ ।

ତାଙ୍କୁ ବି ବିଜେପି କର୍ମୀ ଆକ୍ରମଣ କରିଥିଲେ । ପରେ ଚିତ୍କାର ଶୁଣି ଗାଁର ମହିଳାମାନେ ଆସିଥିଲେ । ହେଲେ ବିଜେପି କର୍ମୀ ସେମାନଙ୍କୁ ବି ଛାଡ଼ି ନଥିଲେ । ଠେଙ୍ଗା, ବାଡ଼ି, ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମୋଟ ୩ ଜଣ ଆହାତ ହୋଇଛନ୍ତି । ଏନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଥିବା ବେଳେ ୨୫ ତାରିଖ ପରେ ତଦନ୍ତ କରିବ ବୋଲି ପୋଲିସ କହିଥିବା କହିଛନ୍ତି ଏତଲାକାରୀ । ଏନେଇ ନୀଳଗିରି ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ । ବିଜେପି କର୍ମୀଙ୍କ ଏଭଳି ଗୁଣ୍ଡାଗର୍ଦ୍ଦିକୁ ସାଧାରଣରେ ନିନ୍ଦା କରାଯାଇଛି ।

Leave A Reply

Your email address will not be published.