ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୋଦୀ ସରକାରଙ୍କ ରିପୋର୍ଟ କାର୍ଡ ଦେଲେ ବିଜେପି ସାଂସଦ, କହିଲେ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ଦିଗରେ ବିଫଳ ସରକାର

ନୂଆଦିଲ୍ଲୀ : ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ମୋଦୀ ସରକାରଙ୍କ ରିପୋର୍ଟ କାର୍ଡ ପ୍ରକାଶ କରିଛନ୍ତି। ରିପୋର୍ଟ କାର୍ଡରେ ମୋଦୀ ସରକାର ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ଦିଗରେ ବିଫଳ ହୋଇଥିବା କହିଛନ୍ତି ସ୍ୱାମୀ। ଭାରତୀୟ ଜନତା ପାର୍ଟିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ୨୫ ନଭେମ୍ବର ବୁଧବାର ଦିନ ଏକ ଟ୍ୱିଟରେ ମୋଦୀ ସରକାରଙ୍କ ରିପୋର୍ଟ କାର୍ଡ ଉପସ୍ଥାପନ କରୁଥିବା ବେଳେ ପ୍ରତ୍ୟେକ କ୍ଷେତ୍ରରେ ମୋଦୀ ସରକାର ବିଫଳ ବୋଲି କହିଛନ୍ତି। ଆଭ୍ୟନ୍ତରୀଣ ସୁରକ୍ଷା, ଅର୍ଥନୀତି, ସୀମା ସୁରକ୍ଷା, ଦେଶର ବୈଦେଶିକ ନୀତି ଭଳି ପ୍ରସଙ୍ଗରେ କେନ୍ଦ୍ର ସରକାର ସମ୍ପୁର୍ଣ୍ଣ ବିଫଲ ବୋଲି ସେ କହିଛନ୍ତି। ଏଥିସହିତ ଏସବୁ ପାଇଁ  ସୁବ୍ରମଣ୍ୟମ ସ୍ୱାମୀ ଦାୟୀ ବୋଲି ସେ ଥଟ୍ଟା କରି ଲେଖିଛନ୍ତି।

ଉଲ୍ଲେଖନୀୟ କଥା ହେଉଛି, ବିଜେପି ସାଂସଦମାନେ ନିଜ ଟ୍ୱିଟ୍‌ରେ ମୋଦୀ ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଉଛନ୍ତି। ଏଭଳି ପରିସ୍ଥିତିରେ ମୋଦୀ ସରକାରଙ୍କ ସମର୍ଥକମାନେ ତାଙ୍କୁ ଟାର୍ଗେଟ କରୁଛନ୍ତି।  ଗୁରୁବାର ସକାଳେ ଏକ ଟ୍ୱିଟରେ ସେ ଲେଖିଛନ୍ତି ଯେ ମୋଦୀ ସରକାରଙ୍କ ରିପୋର୍ଟ କାର୍ଡ – ଅର୍ଥନୀତି ବିଫଳ ହୋଇଛି, ସୀମା ସୁରକ୍ଷା ବିଫଳ ହୋଇଛି, ଆଫଗାନିସ୍ତାନରେ ବୈଦେଶିକ ନୀତି ବିଫଳ ହୋଇଛି, ଜାତୀୟ ସୁରକ୍ଷା ଉପରେ ପେଗାସସ ପ୍ରସଙ୍ଗ, ଆଭ୍ୟନ୍ତରୀଣ ସୁରକ୍ଷା ଉପରେ କାଶ୍ମୀରର ପ୍ରସଙ୍ଗରେ ମଧ୍ୟ ମୋଦୀ ସରକାର ବିଫଳ।


ସୂଚନାଯୋଗ୍ୟ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ବୁଧବାର ଦିନ ମମତା ବାନାର୍ଜୀଙ୍କୁ ଭେଟିବା ପରେ ଜାତୀୟ ରାଜନୀତି ସରଗରମ ହୋଇଥିଲା । ମମତା ବାନାର୍ଜୀଙ୍କୁ ଭେଟିବା ପରେ ତାଙ୍କୁ ସ୍ବାମୀ ଭୂୟସୀ ପ୍ରଶଂସା କରିଥିଲେ। ସ୍ବାମୀ ଟ୍ୱିଟ୍ କରି ଲେଖିଛନ୍ତି, ମୁଁ ଯେଉଁ ରାଜନେତାଙ୍କ ସହ ସାକ୍ଷାତ କରିଛି କିମ୍ବା କାମ କରିଛି ସେମାନଙ୍କ ମଧ୍ୟରୁ ମମତା ବାନାର୍ଜୀ, ମୋରାରଜୀ ଦେଶାଇ, ଜେପି, ରାଜୀବ ଗାନ୍ଧୀ, ଚନ୍ଦ୍ରଶେଖର ଏବଂ ପିଭି ନରସିଂହ ରାଓଙ୍କ ପରି ନେତା ଅଛନ୍ତି । ଏହି ଲୋକମାନଙ୍କର କଥା ଏବଂ କାର୍ଯ୍ୟ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଭାରତୀୟ ରାଜନୀତିରେ ଏହା ଏକ ବିରଳ ଗୁଣ। ସ୍ବାମୀଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା ଯେ ସେ ଟିଏମସିରେ ଯୋଗଦେବେ କି ନାହିଁ, ସେ କହିଥିଲେ ଯେ ମୁଁ ସେମାନଙ୍କ(ଟିଏମସି) ସହ ଅଛି। ମୁଁ ପାର୍ଟିରେ ଯୋଗଦେବା ଆବଶ୍ୟକ ନାହିଁ ।

ସୁବ୍ରମଣ୍ୟମ ସ୍ୱାମୀ ପୂର୍ବରୁ ହିଁ ବିଜେପିକୁ ଟାର୍ଗେଟ କରିଆସୁଥିଲେ । କିନ୍ତୁ ମମତାଙ୍କୁ ଭେଟିବା ପରେ ସେ ମୋଦି ସରକାର ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ମୋଦି ସରକାରର ଦ୍ୱିତୀୟ ଇନିଂସରେ କୌଣସି ପ୍ରମୁଖ ଭୂମିକା ନ ମିଳିବାରୁ ଅସନ୍ତୁଷ୍ଟ ଥିବା ସ୍ୱାମୀ କିଛି ସମୟ ପାଇଁ ସରକାରଙ୍କ ନିଷ୍ପତ୍ତିକୁ ଖୋଲାଖୋଲି ସମାଲୋଚନା କରିବାକୁ ପଛଘୁଞ୍ଚା ଦେଇନାହାଁନ୍ତି। ଗତ ବର୍ଷ ମଧ୍ୟ ଯେତେବେଳେ ପଶ୍ଚିମବଙ୍ଗରେ ବିଜେପି ଏବଂ ଟିଏମସି ମଧ୍ୟରେ ରାଜନୈତିକ ଲଢେ଼ଇ ଚରମ ସୀମାରେ ପହଞ୍ଚିଥିଲା, ​​ସେତେବେଳେ ସ୍ବାମୀ ମମତା ବାନାର୍ଜୀଙ୍କୁ ପ୍ରକୃତ ହିନ୍ଦୁ ଏବଂ ଦୁର୍ଗା ଭକ୍ତ ବୋଲି କହିଥିଲେ।

Leave A Reply

Your email address will not be published.