ଧର୍ମେନ୍ଦ୍ରଙ୍କୁ ସସ୍ମିତଙ୍କ କଟାକ୍ଷ, କହିଲେ – ବିଜେପି ନିର୍ବାଚନ ପୂର୍ବରୁ ଅନେକ ପ୍ରତିଶ୍ରୁତି ଦିଏ, ଯାହା କେବଳ ନିର୍ବାଚନ ପରେ ଭୁଲିଯିବା ପାଇଁ……

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତକରି ଝାରବନ୍ଧ, ପଦ୍ମପୁର ଓ ପାଇକମାଳରେ ୩ଟି ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ନିଜ ଭାଷଣରେ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଟାର୍ଗେଟ କରିଥିଲେ ନବୀନ। ଗତ ଉପନିର୍ବାଚନ ବେଳେ ଦିଲ୍ଲୀରୁ ମାନ୍ୟବର କେନ୍ଦ୍ର ମନ୍ତ୍ରୀମାନେ ପଦ୍ମପୁର ଆସିଥିଲେ । ଧାନ କିଣା, ଫସଲ ବୀମା , ରେଳବାଇ, କେନ୍ଦୁ ପତ୍ର ଜିଏସଟି ଆଦି ବିଷୟରେ ଅନେକ ପ୍ରତିଶ୍ରୁତି ଦେଇଥିଲେ । ସେମାନଙ୍କ ପ୍ରତିଶ୍ରୁତି ବିଷୟରେ ମନେ ପକାଇଦେବା ପାଇଁ ପ୍ରଭୁ ନୃସିଂହନାଥଙ୍କ ନିକଟରେ ସେ ବିନମ୍ର ପ୍ରାର୍ଥନା କରୁଛନ୍ତି ବୋଲି ନବୀନ କହିଥିଲେ।
You promised doubling the price of Paddy Procurement before 2014 and 2019 elections but after elections forgot. Whether its Kendrapada rail connection or coastal highway, many more such promises were made by you before elections only to forgotten after elections. (3/3)
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) February 19, 2023
ତେବେ ଏହାପରେ ପଦ୍ମପୁର ଜିଲ୍ଲା ଘୋଷଣା ପ୍ରସଙ୍ଗରେ ଟ୍ୱିଟ୍ କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଇନା ଦେଖାଇଛି ବିଜେଡି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ସ୍ମରଣ କରାଇ ଦେବା ସହ ବିଜେପି କେବଳ ପ୍ରତିଶ୍ରୁତି ଦେବାକୁ ଭଲ ପାଏ ଓ ନିର୍ବାଚନ ପରେ ଏହାକୁ ବିସ୍ମରିଯାଏ ବୋଲି ବିଜେଡି ପାଲଟା ଆକ୍ରମଣ କରିଛି । ବିଭିନ୍ନ ନିର୍ବାଚନ ସମୟରେ ବିଜେପି ଓ କେନ୍ଦ୍ରମନ୍ତ୍ରୀମାନେ ଦେଇଥିବା ପ୍ରତିଶ୍ରୁତିକୁ ଗୋଟିଗୋଟି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ମନେ ପକାଇ ଦେଇଛନ୍ତି ବିଜେଡି ସାଂସଦ ଡ଼. ସସ୍ମିତ ପାତ୍ର । ଏପରିକି ପ୍ରଭୁ ନୃସିଂହନାଥ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସ୍ମୃତିକୁ ସତେଜ କରିଦିଅନ୍ତୁ ବୋଲି ଡ଼. ପାତ୍ର ପ୍ରାର୍ଥନା କରିଛନ୍ତି ।
So our Hon’ble leader just prayed to Lord Nrusinghanath in Bargarh today to refresh your memory. It’s good Prayer for benefit of people of Odisha. There’s no need to get agitated when truth is told & a Prayer is made to remind you about your forgotten promises to people of Odisha
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) February 19, 2023
ଡକ୍ଟର ପାତ୍ର ଟ୍ୱିଟ୍ କରି କହିଛନ୍ତି ଯେ ଧର୍ମେନ୍ଦ୍ର ଭାଇ ଓଡ଼ିଶା ପାଇଁ ସ୍ୱତନ୍ତ୍ର ବର୍ଗ ପାହ୍ୟା ଏବେ କେଉଁଠାରେ ଅଛି? ୨୦୧୪ ଏପ୍ରିଲ୍ ୫ ତାରିଖରେ ଏହାକୁ ଆପଣ ନିଜ ଦଳର ନିର୍ବାଚନୀ ଇସ୍ତାହାରରେ ଏହା ଉଲ୍ଲେଖ କରିଥିଲେ । ନିର୍ବାଚନ ପୂର୍ବରୁ ଆପଣ ପ୍ରତିଶ୍ରୁତି ଦେଇଥିଲେ; ମାତ୍ର ନିର୍ବାଚନ ପରେ ଆପଣ ଭୁଲିଗଲେ । ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଆପଣ କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ; କିନ୍ତୁ ନିର୍ବାଚନ ପରେ ଆପଣ ଭୁଲିଗଲେ । ୨୦୧୮ରେ ବିଜେପୁର ଉପନିର୍ବାଚନ ପୂର୍ବରୁ ଏବଂ ୨୦୨୨ରେ ପଦ୍ମପୁର ଉପନିର୍ବାଚନ ପୂର୍ବରୁ ପଦ୍ମପୁର ପାଇଁ ରେଳଲାଇନ୍ର ପ୍ରତିଶ୍ରୁତି ଦେଇଥିଲେ; କିନ୍ତୁ ନିର୍ବାଚନ ପରେ ଆପଣ ଏହାକୁ ବି ଭୁଲି ଯାଇଛନ୍ତି । ଆପଣ ୨୦୧୪ ଏବଂ ୨୦୧୯ ନିର୍ବାଚନ ପୂର୍ବରୁ ଧାନର କ୍ରୟ ମୂଲ୍ୟ ଦୁଇଗୁଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ନିର୍ବାଚନ ପରେ ଭୁଲିଗଲେ ବୋଲି ଡ. ପାତ୍ର କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ରାପଡାକୁ ରେଳ ସଂଯୋଗ ହେଉ କିମ୍ବା ଉପକୂଳ ରାଜପଥ ହେଉ କିମ୍ବା ଏହିପରି ଅନେକ ପ୍ରତିଶ୍ରୁତି, ନିର୍ବାଚନ ପୂର୍ବରୁ ଆପଣଙ୍କ ଦ୍ୱାରା ଏପରି ଅନେକ ପ୍ରତିଶ୍ରୁତି ଦିଆଯାଇଥିଲା ଯାହା କେବଳ ନିର୍ବାଚନ ପରେ ଭୁଲିଯିବା ପାଇଁ। ତେଣୁ ଆମର ନେତା ଆଜି ଆପଣଙ୍କର ସ୍ମୃତିକୁ ସତେଜ କରିବା ପାଇଁ ବରଗଡରେ ପ୍ରଭୁ ନୃସିଂହନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଓଡ଼ିଶାର ଲୋକଙ୍କ ମଙ୍ଗଳ ପାଇଁ ଏହା ଏକ ଭଲ ପ୍ରାର୍ଥନା । ଯେତେବେଳେ ସତ୍ୟ କୁହାଯାଏ ସେତେବେଳେ ଉତ୍ତେଜିତ ହେବାର କୌଣସି ଆବଶ୍ୟକତା ନାହିଁ ଏବଂ ଓଡ଼ିଶାବାସୀଙ୍କୁ ଆପଣଙ୍କ ଭୁଲିଯାଇଥିବା ପ୍ରତିଶ୍ରୁତି ବିଷୟରେ ମନେ ପକାଇବା ପାଇଁ ଏଭଳି ପ୍ରାର୍ଥନା ବୋଲି ଡକ୍ଟର ପାତ୍ର କହିଛନ୍ତି ।
ସାରା ଓଡ଼ିଶା ଜାଣେ, ଆମ ପ୍ରିୟ ମୁଖ୍ୟମନ୍ତ୍ରୀ "କଥା କମ୍, କାମ ବେଶି" ନୀତିରେ ବିଶ୍ୱାସ କରନ୍ତି। ଆଉ ସେ ଥରେ ଯାହା କହନ୍ତି, ତାହା କରି ଦେଖାନ୍ତି। ପଦ୍ମପୁର ଉପନିର୍ବାଚନ ବେଳେ ମଧ୍ୟ ସେ ଯାହା ପ୍ରତିଶ୍ରୁତି ଦେଇଥିଲେ, ଆଜି ସେ ତାହା ଗୋଟି ଗୋଟି କରି ପୂରଣ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। pic.twitter.com/VL1ZE6irvj
— Pranab Prakash Das (@pranabpdas) February 19, 2023
ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନାମ ନ ନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟୁଇଟ କରି କହିଛନ୍ତି ଯେ ସାରା ଓଡ଼ିଶା ଜାଣେ, ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ‘କଥା କମ୍, କାମ ବେଶି’ ନୀତିରେ ବିଶ୍ୱାସ କରନ୍ତି । ଆଉ ସେ ଥରେ ଯାହା କହନ୍ତି, ତାହା କରି ଦେଖାନ୍ତି। ପଦ୍ମପୁର ଉପନିର୍ବାଚନ ବେଳେ ମଧ୍ୟ ସେ ଯାହା ପ୍ରତିଶ୍ରୁତି ଦେଇଥିଲେ, ଆଜି ସେ ତାହା ଗୋଟି ଗୋଟି କରି ପୂରଣ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସେଥିପାଇଁ ୨୫ ବର୍ଷ ହେଲା ସାଢେ଼ ଚାରି କୋଟି ଓଡ଼ିଆ ତାଙ୍କୁ ହୃଦୟରେ ସ୍ଥାନ ଦେଇଛନ୍ତି । ଉପନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀମାନେ ପଦ୍ମପୁରବାସୀ ତଥା ବରଗଡ଼ ଜିଲ୍ଲାବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ସେମାନେ ତାହା ପାଳନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପ୍ରଭୁ ନୃସିଂହନାଥଙ୍କ ଠାରେ ପ୍ରାର୍ଥନା କରିଛନ୍ତି । ମୁଁ ଆଶା କରୁଛି, ତାଙ୍କର ଏହି ବାର୍ତ୍ତାକୁ ସ୍ମରଣ କରି ସେମାନେ ନିଜ କଥାକୁ ପାଳନ କରିବେ ବୋଲି ପ୍ରଣବ କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଣ ପାଇଁ ମୁଖ୍ୟମନ୍ତ୍ରୀ ପଦ୍ମପୁର ଜିଲ୍ଲା ପାଇଁ ନିର୍ଦିଷ୍ଟ ତାରିଖ ଘୋଷଣା କଲେ ନାହିଁ ବୋଲି ଟ୍ୱିଟ୍ରେ ପ୍ରଶ୍ନ କରିଥିବା ବେଳେ ବରଗଡ଼ ଜିଲ୍ଲାରେ ଦାଦନ, ଜଳସେଚନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, ବରଗଡ ରୋଡ-ନୂଆପଡ଼ା ରେଳ ଲାଇନ ପରି ବିଷୟରେ ରାଜ୍ୟ ସରକାରଙ୍କ କାର୍ଯ୍ୟ ଉପରେ ପ୍ରଶ୍ନଚିହ୍ନ ଆଙ୍କିଥିଲେ ।
ମୁଁ ଆଶା କରୁଛି, ତାଙ୍କର ଏହି ବାର୍ତ୍ତାକୁ ସ୍ମରଣ କରି ସେମାନେ ନିଜ କଥାକୁ ପାଳନ କରିବେ ।
— Pranab Prakash Das (@pranabpdas) February 19, 2023