ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜେପି ନେତା ଅଶୋକ ଦିଣ୍ଡାଙ୍କୁ ଓ୍ବାଇ ପ୍ଲସ୍‌ ସିକ୍ୟୁରିଟି

କୋଲକାତା : କ୍ରିକେଟର ତଥା ବିଜେପି ନେତା  ଅଶୋକ ଦିଣ୍ଡାଙ୍କୁ ଓ୍ବାଇ ପ୍ଲସ୍‌ ସିକ୍ୟୁରିଟି । ପଶ୍ଚିମବଙ୍ଗର ମୋୟନା ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବ କ୍ରିକେଟର ଅଶୋକ ଦିଣ୍ଡାଙ୍କୁ ଓ୍ବାଇ ପ୍ଲସ୍‌ ସିକ୍ୟୁରିଟି ପ୍ରଦାନ କରାଯାଇଛି । ଗତକାଲି ଅଶୋକ ଦିଣ୍ଡାଙ୍କ ଉପରେ ଆକ୍ରମଣ କରିଥିଲା । ତାଙ୍କ ଗାଡି ଭଙ୍ଗାରୁଜା କରିବା ସହ ତାଙ୍କୁ ଆକ୍ରମଣ କରାଯାଇଥିଲା । ଏହାପରେ ଆଜି ତାଙ୍କୁ ଓ୍ବାଇ ପ୍ଲସ୍‌ ସୁରକ୍ଷା ମିଳିଛି।

ପ୍ରତିଦିନ ପଶ୍ଚିମବଙ୍ଗର ରାଜନୈତିକ ହିଂସା ସାମନାକୁ ଆସୁଛି । କ୍ରିକେଟରରୁ ରାଜନେତା ପାଲଟିଥିବା ଅଶୋକ ଦିଣ୍ଡା ନିଜ ନିର୍ବାଚନ ମଣ୍ଡଳି ମୋୟନାରେ ପ୍ରଚାର ସମୟରେ ଆକ୍ରମଣର ଶିକାର ହୋଇଥିଲେ । ପଶ୍ଚିମବଙ୍ଗର ମୋୟନା ଆସନର ବିଜେପି ପକ୍ଷରୁ ନିର୍ବାଚନ ଲଢୁଥିବା ଅଶୋକ ଦିଣ୍ଡା ଆକ୍ରମଣର ଶିକାର ହୋଇଥିଲେ । ଏହାପରେ ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ଏହାକୁ ଦୃଢ ନିନ୍ଦା କରାଯାଇଥିଲ ଏବଂ ତୃଣମୂଳ କଂଗ୍ରେସ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ । ଆଜି ବିଜେପି କେନ୍ଦ୍ରୀୟ ନେତୃତ୍ବ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରି ଓ୍ବାଇ ପ୍ଲସ୍‌ ସିକ୍ୟୁରିଟି ଯୋଗାଇ ଦିଆଯାଇଛି । କେନ୍ଦ୍ରୀୟ ସୁରକ୍ଷାବଳ ସିଆରପିଏଫ ତାଙ୍କୁ ସୁରକ୍ଷା ଯୋଗାଇଦେବ । ଦ୍ବିତୀୟ ପର୍ୟ୍ୟାୟ ନିର୍ବାଚନରେ ମୋୟନା ଆସନରେ ହେବ ଭୋଟଗ୍ରହଣ ।

ସୂଚନାଥାଉକି ଗତ ଫେବୃୟାରୀ ୨୫ ତାରିଖରେ ପଶ୍ଚିମବଙ୍ଗ ବିଜେପିରେ ସାମିଲ ହୋଇଥିଲେ କ୍ରିକେଟର ଅଶୋକ ଦିଣ୍ଡା । ଏହାପରେ ସେ ବିଧାନସଭା ଆସନ ପାଇଁ ଟିକେଟ ପାଇ ଏଥର ନିର୍ବାନଚ ଲଢୁଛନ୍ତି । ଆସନ୍ତାକାଲି ଅର୍ଥାତ ଅପ୍ରେଲ ୧ ତାରିଖରେ ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ୩୦ ଆସନରେ ଭୋଟ ଗ୍ରହଣ କରାଯିବ ।

Leave A Reply

Your email address will not be published.