ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଛତିଶଗଡ଼ରୁ ଗୁଣ୍ଡା ଆଣି ପଦମପୁରରେ ଉପନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରୁଛି ବିଜେପି

ଭୁବନେଶ୍ବର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡିର ୧୦ ଜଣିଆ ପ୍ରତିନିଧି ଦଳ। ଛତିଶଗଡ଼ରୁ ଗୁଣ୍ଡା ଆଣି ବିଜେପି ପଦମପୁର ଉପନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରୁଛି। ବିଜେପି ଦଳର ନିଜ ଉପରେ, କର୍ମୀମାନଙ୍କ ଉପରେ କି କେନ୍ଦ୍ରମନ୍ତ୍ରୀମାନଙ୍କ ଉପରେ ଆଉ ଭରସା ନାହିଁ। ସେ ଛତିଶଗଡ଼ ଗୁଣ୍ଡାମାନଙ୍କ ଉପରେ ନିର୍ଭର କରୁଛି। ତୁରନ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବଡ ବଡ କଣ୍ଟେନରରେ ଗୁଣ୍ଡା ଓ ଟଙ୍କା ଛତିଶଗଡ଼ରୁ ଆସୁଛି। ଟଙ୍କା ବାଣ୍ଟିବା ସହ ଗୁଣ୍ଡାଗର୍ଦ୍ଦୀ କରିବାକୁ ମଧ୍ୟ ପଛଉନାହିଁ ବିଜେପି। ଏହା ପୂର୍ବରୁ ଚୁନିଲାଲ ସାହୁ ନାମକ ଗୁଣ୍ଡା କାରନାମା କାହାକୁ ଅଛପା ନ ଥିବା ବେଳେ ବିଜେଡିର କର୍ମୀ ରିଙ୍କୁ ମେହେରଙ୍କୁ ଆକ୍ରମଣ ମଧ୍ୟ କରାଯାଇଛି। କାରଣ ବିଜେପି ଜାଣିସାରିଛି ପଦମପୁର ଉପନିର୍ବାଚନରେ ତା’ର ପରାଜୟ ସୁନିଶ୍ଚିତ। କେନ୍ଦ୍ର ମନ୍ତ୍ରୀ କି କେନ୍ଦ୍ର ସରକାର ଉଭୟଙ୍କୁ ଲୋକମାନେ ପସନ୍ଦ କରନ୍ତି ନାହିଁ। ତେଣୁ ଛତିଶଗଡ଼ରୁ ଆସୁଥିବା କଣ୍ଟେନର ଏବଂ ଅପରାଧୀଙ୍କ ଉପରେ ସ୍ବତନ୍ତ୍ର ନଜର ରଖିବା ପାଇଁ ବିଜେଡି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି।

Leave A Reply

Your email address will not be published.