ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘କ୍ରିମିନାଲଙ୍କୁ ବ୍ୟବହାର କରି ଅପହରଣ ନାଟକ ରଚୁଛି ବିଜେପି’

ଭୁବନେଶ୍ବର: ଅପରାଧୀକ କାର୍ଯ୍ଯରେ ଲିପ୍ତ ଥିବା ଗୁଣ୍ଡା ଏବଂ କ୍ରିମିନାଲଙ୍କୁ ପ୍ରଚାରରେ ବ୍ୟବହାର କରୁଛି ବିଜେପି। ଅପହରଣ ନାଟକ ରଚିଥିବା ଦିଲ୍ଲୀପ କୁମାର ସେନାପତି ଜଣେ ଅଭ୍ୟସଗତ ଅପରାଧୀ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେଡି ଫେରାଦ ହୋଇଛି। ସୁନ୍ଦରଗଡ଼ରୁ ଦିଲିପ କୁମାର ସେନାପତି ଭଳି ଜଣେ କ୍ରିମିନାଲକୁ ବିଜେପି ଆଣି ପଦ୍ମପୁରରେ ବ୍ୟବହାର କରୁଛି। ୫ଦିନି ହେଲାଣି ଛତିଶଗଡ଼ରୁ ଗୁଣ୍ଡା ଆଣି ଝାରବନ୍ଧରେ ପଇସା ବାଣ୍ଟୁଛି ବିଜେପି। ଗତକାଲି ଦୁଇ ଜଣ ବିଜେଡି କର୍ମୀଙ୍କୁ ଦିଲୀପ ଧମକ ଦେଇଥିଲେ। ଏ ପରିକି ପ୍ରଦାପି ଦିଶାରୀଙ୍କ ନାଁରେ ମିଥ୍ୟା ମାମଲା ଦେଇଥିଲା ବିଜେପି। ଆଜି ଶତ ସାମ୍ନାକୁ ଆସିବା ପରେ ବିଜେପି ଚୁପ ରହିଛି। ସୁନ୍ଦରଗଡ଼ରୁ ଆସିଥିବା କ୍ରିମିନାଲକୁ ତୁରନ୍ତ ତଡିପାର କରିବା ପାଇଁ ଦାବି କରିଛି ବିଜେଡି।

Leave A Reply

Your email address will not be published.