ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରୁଛି ବିଜେପି: ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା ପାଇଁ ଚାଲିଛି ଷଡଯନ୍ତ୍ର । ଆଉ ଏହି ଷଡଯନ୍ତ୍ର କରୁଛି ବିଜେପି । ବିଜେପି ବିରୋଧରେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ବିଜେପି ସାଂସଦ ମନୋଜ ତିୱାରୀ ଏଥିରେ ଏଥିରେ ସମ୍ପୃକ୍ତ ଅଛନ୍ତି ବୋଲି କହିଛନ୍ତି ସିସୋଦିଆ । କିନ୍ତୁ ଆମ୍ ଆଦମୀ ପାର୍ଟି (ଆପ୍) ହୀନ ରାଜନୀତିକୁ ଭୟ କରୁନାହିଁ ବୋଲି ସିସୋଦିଆ କହିଛନ୍ତି । ଦିଲ୍ଲୀ ଉପ-ରାଜ୍ୟପାଳ ବି.କେ ସାକ୍ସେନା ଏହି ଅଭିଯୋଗର ଯାଞ୍ଚ କରିବାକୁ ଉଚ୍ଚ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସିସୋଦିଆ ଟ୍ୱିଟ୍ କରି କହିଛନ୍ତି ଯେ ଗୁଜରାଟ ଏବଂ ଏମସିଡି ନିର୍ବାଚନରେ ​​ପରାଜୟ ଭୟରେ ବିଜେପି ଅରବିନ୍ଦ କେଜ୍ରିୱାଲଙ୍କ ହତ୍ୟା ଷଡ଼ଯନ୍ତ୍ର କରୁଛି। ବିଜେପି ସାଂସଦ ମନୋଜ ତିୱାରୀ ଖୋଲାଖୋଲି ଅରବିନ୍ଦ ଜୀଙ୍କୁ ଆକ୍ରମଣ କରିବାକୁ କହୁଛନ୍ତି ଏବଂ ଏନେଇ ପୂରା ପ୍ଲାନିଂ କରୁଛନ୍ତି। ଆପ୍ ସେମାନଙ୍କର ହୀନ ରାଜନୀତିକୁ ଭୟ କରୁନାହିଁ । ଲୋକେ ବର୍ତ୍ତମାନ ସେମାନଙ୍କ ଗୁଣ୍ଡାଗର୍ଦ୍ଦିର ଉତ୍ତର ଦେବେ।

Leave A Reply

Your email address will not be published.