ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୋଟ୍‌ ପାଇଁ ଟଙ୍କା ବାଣ୍ଟୁଥିଲେ ବିଜେପି କାଉନସିଲର ଚିନ୍ମୟ ପଣ୍ଡା, ଅଟକ ରଖି ପୁଲିସକୁ ଜିମାଦେଲେ ସ୍ଥାନୀୟ ଲୋକ

ପଦ୍ମପୁର : ପଦ୍ମପୁର ଉପନିର୍ବାଚନରେ ସୀମା ଟପିଛି ବିଜେପିର ନୀଚ ଆଚରଣ। ନିଜକୁ ଶୃଙ୍ଖଳିତ ଓ ଅନ୍ୟମାନଙ୍କଠାରୁ ଭିନ୍ନ ବୋଲି ଦାବି କରୁଥିବା ଏହି ଦଳର ନେତାମାନେ ପଦ୍ମପୁରରେ ଯେପରି ଉଭୟ ଆଚରଣ ଓ ଉଚ୍ଚାରଣ ପ୍ରଦର୍ଶନ କରୁଛନ୍ତି ତାହା କେବଳ ସମ୍ବିଧାନ, ନିର୍ବାଚନ ସଂହିତା, ଆଚରଣବିଧିକୁ ଉଲ୍ଲଙ୍ଘନ କରିନାହିଁ; ପକ୍ଷାନ୍ତରେ ବିରୋଧୀ ପ୍ରାର୍ଥୀ, ସାଧାରଣ ଜନତା ଓ ମହିଳାମାନଙ୍କ ସମ୍ମାନକୁ ଭୁଲୁଣ୍ଠିତ କରିଛି। ହିଂସାକାଣ୍ଡ, ଅଶାଳୀନ ବ୍ୟବହାର, ସରକାରୀ ଅଧିକାରୀଙ୍କ କାର୍ଯ୍ୟରେ ବାଧା ପରେ ଟଙ୍କା ବାଣ୍ଟି ଭୋଟ ଗୋଟାଇବାକୁ ବିଜେପି ପୁରା ଦମ୍‍ ଲଗାଇ ଦେଇଛି।

ଗତକାଲି  ବିଜେପି ନେତାଙ୍କ ସହ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ମଧ୍ୟ ବିଜେପି ଟଙ୍କା ବଣ୍ଟା କାମରେ ନିୟୋଜିତ ହୋଇଥିବା ବେଳେ ଆଜି ଭୋଟ୍‌ ଦିନ ମଧ୍ୟ ବିଜେପି ଟଙ୍କା ବାଣ୍ଟିବାରେ ଲାଗିଛି। ଭୋଟ ଗ୍ରହଣ କେନ୍ଦ୍ରରେ ମତଦାତାଙ୍କୁ ପ୍ରଲୋଭିତ କରିବାକୁ ବିଜେପି ନେତାଙ୍କ ଉଦ୍ୟମ । ଧାଡ଼ିରେ ଛିଡ଼ା ହୋଇଥିବା ଭୋଟରଙ୍କୁ ଟଙ୍କା ବାଣ୍ଟିବା ବେଳେ ଧରାପଡ଼ିଲେ ବିଜେପି କାଉନସିଲର ଚିନ୍ମୟ ପଣ୍ଡା । ବୁଥରେ ଥିବା ଭୋଟର ଚିନ୍ମୟଙ୍କୁ ଧରି ଦେଲେ ପୁଲିସ ଜିମା । ଏମିତି ଘଟଣା ଘଟିଛି ପଦମପୁର ୯ ନମ୍ବର ଓ୍ବାର୍ଡ ଚନ୍ଦ୍ରାବତୀ ସ୍କୁଲ ବୁଥରେ । ବୁଥ୍‌ ପରିସରରେ ଲାଇନରେ ଥିବା ମହିଳାଙ୍କୁ ଚିନ୍ମୟ ଟଙ୍କା ବାଣ୍ଟୁଥିବା ଲୋକେ ଦେଖି ପୁଲିସ ଜିମା ଦେଇଛନ୍ତି ।

ସେହିପରି ପାଇକମାଳ ବ୍ଲକ ଛେଳିଆମାଳରେ ଟଙ୍କା ବାଣ୍ଟୁ ଥିବା ବେଳେ କଳାହାଣ୍ଡି ବିଜେପିର ସାଧାରଣ ସମ୍ପାଦକ ସୁଧିର ପାଟ୍ଟଯୋଶୀଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି । ସ୍ଥାନୀୟ ଲୋକଙ୍କୁ ୩୦୦ ଲେଖାଏଁ ଟଙ୍କା ବାଣ୍ଟିବା ବେଳେ ଧରିଲେ ଲୋକେ ।

Leave A Reply

Your email address will not be published.