ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଝାଡ଼ଖଣ୍ଡ ସୀମାରେ ବିଜେଡିର ବିଜୟ

ବହଳଦା/ତିରିଂ: ମୟୁରଭଞ୍ଜ ଜିଲ୍ଲାର ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ତଥା ଝାଡ଼ଖଣ୍ଡ ସୀମାକୁ ଲାଗିକରି ଥିବା ବାମନଘାଟୀ ଉପଖଣ୍ଡର ତିରିଂ ବ୍ଲକରେ ବିଜେଡିର ବଜୟ ହୋଇଛି। ଚଳିତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ଜୋନ୍ ନିର୍ବାଚନରେ ସମଗ୍ର ବାମନଘାଟୀ ଉପଖଣ୍ଡରେ ତିରିଂ ବ୍ଲକର ୨୦ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ପରେଶ ମୁଣ୍ଡା ପ୍ରଥମ ବିଜୟୀ ହେବା ସହ ରେକର୍ଡ ୬୮୬୯ ଭୋଟ ବ୍ୟବଧାନରେ ନିକଟତମ ବିଜେପି ପ୍ରାର୍ଥୀଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ବିଜେଡି ପ୍ରାର୍ଥୀ ପରେଶ ମୁଣ୍ଡା ସର୍ବମୋଟ ୯୭୬୪ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ବିଜେପି ପ୍ରାର୍ଥୀ ୨୮୯୫ ଭୋଟ ପାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କ ଠାରୁ ମାତ୍ର ୭୮ ଖଣ୍ତ କମ୍ ଅର୍ଥାତ୍ ୨୮୧୭ ଭୋଟ ପାଇଥିବା ବେଳେ କଂଗ୍ରେସ ଦଳର ପ୍ରାର୍ଥୀ ୨୫୨୪ ଖଣ୍ତ ଏବଂ ସିପିଆଇ ଦଳର ପ୍ରାର୍ଥୀ ୨୪୫ ଖଣ୍ତ ଭୋଟ ପାଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦ ନମ୍ବର ଜୋନରୁ ବିଜେଡି ପ୍ରାର୍ଥୀ ରୂପେ ବିଜୟୀ ହୋଇଥିବା ପରେଶ ମୁଣ୍ଡା ଗତ ୨୦୧୭ ଜିଲ୍ଲା ପରିଷଦ ନିର୍ବାଚନରେ ତିରିଂ ବ୍ଲକର ଏକମାତ୍ର ବିଜେଡି ପ୍ରାର୍ଥୀ ଭାବେ ୨୧ ନମ୍ବର ଜୋନରେ ଭଲ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲେ। ଏଥରକୁ ମିଶାଇ ଲଗାତାର ଦୁଇ ଥର ଜିଲ୍ଲା ପରିଷଦ ସଦସ୍ୟ ହେବାର ତିରିଂ ବ୍ଲକରେ ସେ ପ୍ରଥମ ବ୍ୟକ୍ତି।

Leave A Reply

Your email address will not be published.