ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଫୁଲବାଣୀରେ ବିଜେଡିର ବିଶାଳ ନିର୍ବାଚନୀ ସଭା

ପୁଲବାଣୀ : ନବୀନ ସରକାରଙ୍କ ବିକାଶ ମଡେଲ ସବୁଠି ପ୍ରଶଂସିତ। ଫୁଲବାଣୀ ସହରର ବିକାଶ ମଧ୍ୟ ସେ ଅନୁସାରେ ଜାରି ରହିଛି। ସେହି ବିକାଶ ଧାରାକୁ ଆଗେଇ ନେବା ପାଇଁ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି ବିଜେଡିର ନେତା, ମନ୍ତ୍ରୀ ଓ ସାଂସଦ। ସ୍ତାନୀୟ ବିଜୁ ପଟ୍ଟନାୟକ ଛକ ଠାରେ ଆୟୋଜିତ ବିରାଟ ନିର୍ବାଚନୀ ସଭାରେ ପ୍ରବଳ ଜନଗହଳୀ ଦେଖିବାକୁ ମିଳିଥିଲା। ଜନତାଙ୍କ ଉପସ୍ଥିତି ଜନ ସମର୍ଥନକୁ ସୁଚାଇଛି ବୋଲି କହିଛନ୍ତି ନେତା। ଫୁଲବାଣୀ ପୌର ଅଧ୍ୟକ୍ଷ ବିଜେଡି ପ୍ରାର୍ଥୀ ପୁନମ୍ କହଁରଙ୍କ ସମେତ ସମସ୍ତ ୧୩ଟି ୱାର୍ଡର କାଉନ୍ସିଲରଙ୍କୁ ବିଜୟୀ କରିବାକୁ ନିବେଦନ କରିଥିଲେ ମନ୍ତ୍ରୀ ଓ ସାଂସଦ। ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଜିଲ୍ଲାର ଆଗଧାଡ଼ିର ନେତା ଉପସ୍ଥିତି ଥିଲେ।

ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଓ ସାଂସଦ ଡ.ଅଚ୍ୟୁତ ସାମନ୍ତ ଭୋଟରଙ୍କୁ ଭୋଟ ଭିକ୍ଷା କରିଥିଲେ। ସହରକୁ ଏକ ନୂତନ ରୂପରେଖରେ ଗଢ଼ିବା ସହ ବିକାଶକୁ ଆଗେଇ ନେବା ପାଇଁ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ସଦର ବିଧାୟକ ଅଙ୍ଗଦ କହଁର, ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ଖଜୁରୀପଡ଼ା ବ୍ଲକ୍ ଅଧ୍ୟକ୍ଷ ତଥା ରାଜ୍ୟ ବିଜୁ ମହିଳା ଜନତାଦଳ ଉପସଭାନେତ୍ରୀ ଅନୀମା କହଁର, ବରିଷ୍ଠ ନେତା ପ୍ରଦୀପ ମୁନୀ, ସହ ପର୍ଯ୍ୟବେକ୍ଷକ କିଶୋର ମେହେର ପ୍ରମୁଖଙ୍କ ସମେତ ବହୁ ନେତା ଓ କର୍ମୀ, ମହିଳା ଯୁବକ ଛାତ୍ର ଓ ସହରବାସୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.