ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ବାଗତ ପରେ ବିମାନ ବନ୍ଦର ପରିସରରେ ଅଳିଆ ସଫା କଲେ ବିଜେଡି କର୍ମୀ ଓ ନେତା

ଭୁବନେଶ୍ୱର: ସେବାର ସାଧକ ନବୀନ ପଟ୍ଟନାୟକଙ୍କୁ ସ୍ବାଗତ ପାଇଁ ଭୁବନେଶ୍ବର ଏୟାର ଫିଲ୍ଡରେ ଦେଖବାକୁ ମିଳିଥିଲା ଜନସମୁଦ୍ର । ହଜାର ହଜାର ବିଜେଡି କର୍ମୀ ଓ ନେତା ଏକତ୍ରିତ ହୋଇ ସୁପ୍ରିମୋଙ୍କୁ ସ୍ବାଗତ କରିଥିଲେ । ଏହି ଏକଜୁଟ ପାଇଁ ବିମାନ ବନ୍ଦର ପରିସରରେ ପଡିଥିଲା ପାଣି ବୋତଲ ଭଳି ବିଭିନ୍ନ ଅଳିଆ । ହେଲେ ଫେରିବା ବେଳେ ପୂରା ପରିସରରୁ ଏହି ଅଳିଆ ସଫା କରିବାକୁ ଅଣ୍ଟା ଭିଡ଼ିଥିଲେ ବିଜେଡି କର୍ମୀ । ହାତରେ ଝାଡୁ ଓ ଜରି ବ୍ୟାଗ ଧରି ସଫେଇ କରିଥିଲେ।

ଓଡିଶା ମୋ ପରିବାର ସହ, ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମୀ ଓ ନେତା ସଫେଇ କାର୍ଯ୍ଯରେ ସାମିଲ ଥିଲେ । ନିଜେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଏହି ସଫେଇ କାର୍ଯ୍ଯରେ ଯୋଗଦେଇଥିଲେ। ସ୍ୱଚ୍ଛ ଭାରତ ଅଭିଯାନ ଆଧାରରେ ଏହି ସଫେଇ କାର୍ଯ୍ଯକ୍ରମ ହୋଇଥିଲା। ଅନେକ ସମୟରେ ଦେଖାଯାଇଥାଏ ସଭା ସମିତି ହେବା ପରେ ସେ ସ୍ଥାନ ଅଳିଆ ଆବର୍ଜନାରେ ଭରିଯାଇଥାଏ । ଏହାକୁ ଏଡ଼ାଇବା ସହ ପରିବେଶକୁ ସ୍ୱଚ୍ଛ ରଖିବାର ସନ୍ଦେଶ ଦେଇ ବିଜେଡି ପକ୍ଷରୁ ଏହି ସଫେଇ କାର୍ଯ୍ଯକ୍ରମ ହୋଇଥିଲା।

Leave A Reply

Your email address will not be published.