ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜେଡି ହାତକୁ ଗଲା ଧାମନଗର ଏନଏସି

ଭଦ୍ରକ: ଭଦ୍ରକ ଧାମନଗର ଏନଏସି ବିଜେଡି ହାତକୁ ଯାଇଛି । ଧାମନଗରରେ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀ ନିବେଦିତା ଜେନା ବିଜୟୀ ହୋଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥିନୀ ପୁଷ୍ପଶ୍ରୀ ମହାନ୍ତିଙ୍କୁ ହରାଇଛନ୍ତି ନିବେଦିତା । ଧାମନଗର ଅଧ୍ୟକ୍ଷ ପଦ ସହ ୧୧ଟି ୱାର୍ଡରୁ ବିଜେଡି ୯ଟିରେ ବିଜୟ ଲାଭ କରିଛି । ଧାମନଗରରେ ବିଜେପି ଖାତାକୁ ଯାଇଛି ମାତ୍ର ୨ଟି ଓ୍ୱାର୍ଡ । ୧ ନମ୍ବର ୱାର୍ଡରୁ ବିଜେପି ପ୍ରାର୍ଥୀ ଉତ୍ତମ ମହାନ୍ତି ବିଜୟୀ ହୋଇଥିବା ବେଳେ ୨ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ଜାନକୀ ଲତା ସେଠୀ ବିଜୟୀ ହୋଇଛନ୍ତି । ୩ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ଉମେତୁଲା ଆମିନ ବିଜୟୀ ହୋଇଥିବା ବେଳେ ୪ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ସେକ ଜଇନୁଲ ହକ ବିଜୟୀ ହୋଇଛନ୍ତି ।

ସେହିପରି ୫ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ଅନୁ ମୁଣ୍ଡା, ୬ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ଓସିମ ଏଜଦ୍ଦାନୀ କାଦ୍ରୀ, ୭ ନମ୍ବର ୱାର୍ଡରୁ ବିଜେପି ପ୍ରାର୍ଥୀ ସ୍ୱାଧୀନ ସମ୍ବିତ ଦାସ, ୮ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ରହିମା ଖାତୁନ, ୯ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ନଜମା ଖାତୁନ, ୧୦ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ଅନୁସୟା ମଲ୍ଲିକ, ଓ ୧୧ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ସୁବାସିନୀ କର ବିଜୟୀ ।

Leave A Reply

Your email address will not be published.