ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମ୍ବଲପୁରରେ ୯ଟି ଜୋନରେ ବିଜେଡି ବିଜୟୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ୯ଟି ଜୋନରେ ବିଜେଡିର ବାଜମାତ୍ । ଜିଲ୍ଲାର ବାମରା ଜୋନ ୧ରେ ବିଜେଡି କୃଷ୍ଣଚନ୍ଦ୍ର ଟପ୍ପୋ ୭୬୬୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଧନକଉଡ଼ା ୧ରେ ବିଜେଡି ପ୍ରାର୍ଥୀ ସୁନୀଲ କୁମାର ମିଶ୍ର ୮ ହଜାର ୨୭ ଭୋଟ ବ୍ୟବଧାନରେ ବଜୟୀ ହୋଇଛନ୍ତି । ଜମେନକିରା ବ୍ଲକ ଜୋନ ୧ରେ ବିଜେଡିର ସୁଜାତା ଖୁଣ୍ଟିଆ ୭୭୯୩ ଭୋଟ ବ୍ୟବଧାନରେ ବିଜୟୀ ।

ସମ୍ବଲପୁର ଜିଲ୍ଲା ଯୁଜୁମୁରା ଜୋନ ୧ରେ ବିଜେଡି କବିତା ସାହୁ ୨୯୨୮ ଭୋଟ ବ୍ୟବଧାନରେ ବିଜୟୀ । ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଜୋନ ୧ର ବିଜେଡିର ଅଜିତ କୁମାର ମହାପାତ୍ର ୪୫୩୭ ଭୋଟ ବ୍ୟବଧାନରେ ବିଜୟୀ । ମାନେଶ୍ବର ଜୋନ ୧ରେ ବିଜେଡି ପ୍ରାର୍ଥୀ ସୁରୁଜା ସେଠ ୩ ହଜାର ୩୧୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

ନକଟିଦେଉଲ ଜୋନ୧ରେ ବିଜେଡିର ପ୍ରିୟମ୍ବଦା ସାହୁ ୬ ହଜାର ୨୪ ଭୋଟ ବ୍ୟବଧାନରେ ବିଜୟୀ । ରେଢ଼ାଖୋଲ ଜୋନ ୧ ରେ ବିଜେଡି ର ଶ୍ରାବଣୀ ଭୋଇ ୧୯୪ ଭୋଟ ବ୍ୟବଧାନରେ ବିଜୟୀ । ରେଙ୍ଗାଲି ଜୋନରେ ବିଜେଡିର ଚୋଲେଶ୍ବରୀ ମହାନନ୍ଦ ୧୫ ହଜାର ୩୧୪ ଭୋଟ ବ୍ୟବଧାନରେ ବିଜୟୀ ।

Leave A Reply

Your email address will not be published.