ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶେଷ ଦିନରେ ନାମାଙ୍କନ ଭରିଲେ ବିଜେଡିର ୩ ମେୟର ପ୍ରାର୍ଥୀ

ଭୁବନେଶ୍ବର: ପୌର ଏବଂ ମହାନଗର ନିଗମ ନିର୍ବାଚନ ଲାଗି ଆଜି ନାମାଙ୍କନ ଦାଖଲର ଶେଷ ଦିନ।  ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ପାଇଁ ବିଜେଡି ମେୟର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଭୁବନେଶ୍ବରରେ ସୁଲୋଚନା ଦାସ, କଟକରେ ସୁବାସ ସିଂ ଏବଂ ବ୍ରହ୍ମପୁରରେ ସଙ୍ଘମିତ୍ରା ଦଳାଇ ବିରାଟ ଶୋଭାଯାତ୍ରାରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଅନ୍ୟପଟେ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ମଞ୍ଜୁ ରଥଙ୍କୁ ମେୟର ଟିକେଟ ଦେଇଛି କଂଗ୍ରେସ । ଆଜି ସେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ନାମାଙ୍କନ ଭରିବେ ।

ସେପଟେ ବିଜେପିର ପ୍ରାର୍ଥୀମାନେ ମଧ୍ୟ ନାମାଙ୍କନ ଭରିବେ । କଂଗ୍ରେସର କଟକ ଓ ଭୁବନେଶ୍ବର ମେୟର ପ୍ରାର୍ଥୀ ପୂର୍ବରୁ ନାମାଙ୍କନ ଦାଖଲ କରିସାରିଛନ୍ତି।

Leave A Reply

Your email address will not be published.