ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି: ପଦମପୁରରେ ପ୍ରଚାର ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉସୁକାଉଥିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟର ଫେରାଦ ହୋଇଛି ବିଜେଡି । ପଦମପୁରରେ ପ୍ରଚାର ବେଳେ ଧର୍ମେନ୍ଦ୍ର ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ମହିଳା ପ୍ରତିନିଧିଙ୍କୁ ଉସୁକାଉଥିବା ଅଭିଯୋଗରେ ବିଜେଡି ଫେରାଦ ହୋଇଛି । ଗତ ୨୯ ତାରିଖରେ ପ୍ରଚାରବେଳେ ଧର୍ମେନ୍ଦ୍ର ସେହି ଗଣମାଧ୍ୟମର ମହିଳା ପ୍ରତିନିଧିଙ୍କୁ କହିଥିଲେ, ରାଜ୍ୟର କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଖୋଲାଖୋଲି ମାଡ ମାରିବାକୁ ।

ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । ରଣେନ୍ଦ୍ରଙ୍କ ଡାକ ନାମ ରାଜା ସମ୍ବୋଧନ କରି ଧର୍ମେନ୍ଦ୍ର ଉକ୍ତ ମହିଳା ଗଣମାଧ୍ୟମ ପ୍ରତିନିଧିଙ୍କୁ ପିଟିବାକୁ ଉସୁକାଉଛନ୍ତି । ବିଜେଡି ଏହାର କଡ଼ା ନିନ୍ଦା କରିବା ସହ ଧର୍ମେନ୍ଦ୍ରଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ଯାନୁଷ୍ଠାନ ଦାବି କରୁଛି ବୋଲି ସିଇଓଙ୍କ ନିକଟରେ ଦାବି କରିଛି ।

Leave A Reply

Your email address will not be published.