ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ବିଜେପିକୁ ବିଜେଡିର ଟାର୍ଗେଟ, ବଜେଟ୍ ପରେ ବିଜେପିର ଧରାପଡିଲା ‘ଆୟୁଷ୍ମାନ’ ମିଛ

ଭୁବନେଶ୍ବର : ଆୟୁଷ୍ମାନ ଭାରତ ଯୋଜନା ନେଇ ରାଜ୍ୟ ବିଜେପିକୁ ବିଜେଡିର ଟାର୍ଗେଟ କରିଛି । ବଜେଟରେ ଆୟୁଷ୍ମାନ ଭାରତ ପାଇଁ ମାତ୍ର ୭ହଜାର ୨୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଯଦି ୨୮ ରାଜ୍ୟ ଓ ୮ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଏହାକୁ ଭାଗ କରାଯାଏ ଓଡ଼ିଶା ଭାଗରେ ୨୦୦ କୋଟି ଟଙ୍କା ପଡ଼ିବ। କିନ୍ତୁ ଓଡ଼ିଶାରେ ରାଜ୍ୟ ସରକାର BSKY ପାଇଁ ୬ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଅର୍ଥାତ୍ ପ୍ରତି ଜିଲ୍ଲା ଭାଗରେ ୨୦୦ କୋଟି ଟଙ୍କା ପଡୁଛି।

ଯଦି ଆୟୁଷ୍ମାନ ଭାରତରେ ମିଳିବାକୁ ଥିବା ୨୦୦ କୋଟି ଟଙ୍କା ଗୋଟିଏ ଜିଲ୍ଲାରେ ଖର୍ଚ୍ଚ ହେବ, ଅନ୍ୟ ୨୯ ଜିଲ୍ଲା କଣ କରିବେ ବୋଲି ବିଜେଡି ପ୍ରଶ୍ନ କରିଛି। ସ୍ୱାସ୍ଥ୍ୟସେବା ଲାଗି ଗୋଟିଏ ଜିଲ୍ଲାର ବ୍ୟୟ ବରାଦରେ ପୂରା ରାଜ୍ୟକୁ ସାମିଲ କରିବାକୁ ଚାହୁଁଛି କି ରାଜ୍ୟ ବିଜେପି ? ଓଡ଼ିଶାର ସ୍ୱାସ୍ଥ୍ୟ ବଜେଟ ୨ଗୁଣା ହୋଇ ୧୨ ହଜାର କୋଟି ଟଙ୍କାରେ ପହଞ୍ଚିଛି। BSKYରେ ୫୦୦ ଘରୋଇ ହସ୍ପିଟାଲକୁ ଅନୁବନ୍ଧିତ କରଯାଇଛି।

BSKY ଯୋଜନାରେ ପରିବାରର ଅନ୍ୟ ସଦସ୍ୟଙ୍କ ଲାଗି ୫ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ମହିଳାଙ୍କ ପାଇଁ ଅତିରିକ୍ତ ୫ଲକ୍ଷ ଟଙ୍କା ରଖାଯାଇଛି। ଅଙ୍ଗ ପ୍ରତିରୋପଣ କ୍ଷେତ୍ରର ଆୟୁଷ୍ମାନ ଯୋଜନାରେ ଜଣେ ହିତାଧିକାରୀ ୫ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିପାରିବେ ନାହିଁ। କିନ୍ତୁ BSKYରେ ୫ଲକ୍ଷରୁ ଅଧିକ ଖର୍ଚ୍ଚ କରିପାରିବେ। ତେଣୁ ବିଜେପି ଆଉ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କଥା ନ ଉଠାଇବାକୁ ବିଜେଡି କହିଛି। ଲୋକଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ। ବିଜେପି ନେତା ରାଜ୍ୟବାସୀଙ୍କୁ ସତ କହିବାକୁ ବିଜେଡି କହିଛି।

Leave A Reply

Your email address will not be published.