ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡିସେମ୍ବର ୨ରେ ବର୍ଷା ସିଂ ବରିହାଙ୍କ ପାଇଁ ପଦ୍ମପୁରରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ

ଭୁବନେଶ୍ବର : ଆସନ୍ତା ୨ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ମଙ୍ଗ ଧରିବେ। ଏହି ଗୋଟିଏ ଦିନରେ ସେ ନିର୍ବାଚନମଣ୍ଡଳୀର ପାଇକମାଳ, ଝାରବନ୍ଧ ଏବଂ ପଦ୍ମପୁରଠାରେ ନିର୍ବାଚନୀ ସଭା କରିବେ। ଭୁବନେଶ୍ବରରୁ ହେଲିକପ୍ଟରରୁ ଆସି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପଦ୍ମପୁର ପହଞ୍ଚିବା ପରେ ନିର୍ବାଚନୀ ସଭାଗୁଡ଼ିକରେ ଯୋଗଦେବେ।

ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତସୂଚୀ ନେଇ ତାଙ୍କ ଅଫିସରୁ ଦିଆଯାଇଥିବା ସୂଚନା ଅନୁସାରେ ଡିସେମ୍ବର ୨ ତାରିଖ ସକାଳ ୧୦ଟାରୁ ନବୀନ ନିବାସରୁ ବାହାରିବେ ମୁଖ୍ୟମନ୍ତ୍ରୀ । ୧୦ଟା ୫ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ଏୟାରପୋର୍ଟରେ ପହଞ୍ଚିବେ । ୧୦ଟା ୧୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବାହାରି ୧୧ଟାରେ ପଦମପରୁ ସତୀଭଟ ଏୟାରଷ୍ଟ୍ରିପରେ ପହଞ୍ଚିବେ । ୧୧ଟା ୦୫ରେ ସତୀଭଟ ଏୟାରଷ୍ଟ୍ରିପରୁ ହେଲିକପ୍ଟର ଯୋଗେ ଝାରବନ୍ଧ ଶକ୍ତି ଛକ ହେଲିପ୍ୟାଡରେ ଅବତରଣ କରି ସଭାସ୍ଥଳରେ ପହଞ୍ଚିବେ । ୧୨ଟା ୧୦ରେ ଶକ୍ତି ଛକରୁ ବାହାରି ପାଇକମାଳ ଏମଇ ସ୍କୁଲ ଗ୍ରାଉଣ୍ଡରେ ପହଞ୍ଚି ପାଇକମାଳ ହାଇସ୍କୁଲ ଗ୍ରାଉଣ୍ଡରେ ସାଧାରଣ ସଭାରେ ପ୍ରଚାର କରିବେ ।

ଏହାପରେ ଅପରାହ୍ନ ଗୋଟାଏ ୧୫ରେ ପାଇକମାଳ ଏମଇ ସ୍କୁଲ ଗ୍ରାଉଣ୍ଡରୁ ବାହାରି ଗୋଟାଏ ୩୦ରେ ଆରଏଲ୍ କଲ୍ୟାଣ ମଣ୍ଡପ କ୍ୟାମ୍ପସ ହେଲିପ୍ୟାଡରେ ଅବତରଣ କରି କଲ୍ୟାଣ ମଣ୍ଡପକୁ ଯିବେ । ସେଠାରୁ ୩ଟା ୧୫ରେ ବାଇ ରୋଡ୍ ଯାଇ ୩ଟା ୩୦ରେ ପଦମପୁର ହାଇସ୍କୁଲ ଗ୍ରାଉଣ୍ଡରେ ପହଞ୍ଚି ସାଧାରଣ ସଭାକୁ ଉଦବୋଧନ ଦେବେ । ୪ଟା ୨୫ରେ ସତୀଭଟ ଏୟାରଷ୍ଟ୍ରିପରେ ପହଞ୍ଚି ସେଠାରୁ ଫେରି ୫ଟା ୨୦ରେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବେ ।

Leave A Reply

Your email address will not be published.