ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଦମପୁରରେ ଜିଏସଟି ରେଡ୍ ବେଳେ ବିଜେପିର ଗୁଣ୍ଡାରାଜକୁ ବିଜେଡିର ତୀବ୍ର ନିନ୍ଦା

ଭୁବନେଶ୍ୱର: ପଦମପୁର ଉପନିର୍ବାଚନକୁ ନେଇ ବିଜେଡିର ପ୍ରେସମିଟ୍ । ଜିଏସଟି ରେଡ୍ ବେଳେ ବିଜେପି ଦ୍ୱାରା ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି ବିଜେଡି । ବିଜେଡି ସାଂସଦ ସସ୍ମିତ ପାତ୍ର, ଗୌତମବୁଦ୍ଧ ଦାସ, ଇପ୍ସିତା ସାହୁ ପ୍ରେସମିଟ୍ କରି ବିଜେପିକୁ ଭର୍ତ୍ସନା କରିଛନ୍ତି । ସସ୍ମିତ କହିଛନ୍ତି ପଦମପୁରରେ ହିଂସା ରଚୁଛି ବିଜେପି । ଜିଏସଟି ରେଡ୍ ବେଳେ ସରକାରୀ ଅଧିକାରୀଙ୍କୁ ଆକ୍ରମଣ ନିନ୍ଦନୀୟ । ମହିଳା କର୍ମଚାରୀଙ୍କୁ ବି ଛାଡିଲେନି ଦୁର୍ବ୍ୟବହାର କଲେ ବିଜେପି କର୍ମୀ ।

ଓଡ଼ିଶା ଭଳି ଶାନ୍ତି ପ୍ରିୟ ରାଜ୍ୟରେ ଏପରି ଗୁଣ୍ଡାଗର୍ଦ୍ଦି ବରଦାସ୍ତ କରାଯିବନି । ସିଇଓଙ୍କ ନିକଟରେ ଦାବି କରୁଛୁ ଯେ ସେ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଏଥିସହିତ ଠାକୁର ରଞ୍ଜିତ ଦାସଙ୍କୁ ପ୍ରଚାରରୁ ବ୍ୟାନ କରାଯାଉ ଏବଂ ବିଜେପି ନେତ୍ରୀ ପିଙ୍କି ପ୍ରଧାନଙ୍କୁ କ୍ୟାମ୍ପେନ କରିବାକୁ ନଦିଆଯାଉ ବୋଲି ଦାବି କରିଛି ବିଜେଡି । ପ୍ରାଚର ବେଳେ ଏମାନେ ବିଜେପି କର୍ମୀଙ୍କ ସହ ହିଂସା ରଚୁଛନ୍ତି ।

ସେହିପରି କାଳନ୍ଦୀ ସାମଲ ଓ କୁସୁମ ଟେଟେଙ୍କୁ ମଧ୍ୟ କ୍ୟାମ୍ପେନରୁ ବାଦ୍ ପାଇଁ ଦାବି କରାଯାଇଛି । ଆଇଟି ରେଡକୁ ବିଜେଡି ନେତା ଓ କର୍ମୀ ସମ୍ମନା ଦେଇଥିବା ବେଳେ ଜିଏସଟି ରେଡ୍ ବେଳେ ବିଜେପି କର୍ମୀ ଓ ନେତା ବାଧା ଦେବା ସହ ଗୁଣ୍ଡାଗର୍ଦ୍ଦି କାହିଁକି କଲେ? ଜିଏସଟି ରେଡକୁ କାହିଁକି ବିରୋଧ? କାହିଁକି ରେଡ୍ ବେଳେ ଅଧିକାରୀଙ୍କଠୁ କାଗଜ ଛଡ଼ାଇଲେ ବୋଲି ପ୍ରଶ୍ନ କରିଛି ବିଜେଡି ।

ସସ୍ମିତ ପାତ୍ର କହିଛନ୍ତି, ଗତକାଲି ବିଜେପି କର୍ମୀ ଟଙ୍କା ବାଣ୍ଟିବା ବେଳେ ଧରାପଡ଼ିବା ପରେ କିଡନାପ ଥିଓରୀ ରଚିଥିଲେ । ବିଜେଡିକୁ ବଦନାମ କରିବା ପାଇଁ କିଡନାମ କରାଯାଇଥିବା ଅଭିଯୋଗ କରିଥିଲା ବିଜେପି । ହେଲେ ନିଜେ ଉକ୍ତ କର୍ମୀ ମାନିଛନ୍ତି ଯେ ଟଙ୍କା ବାଣ୍ଟିବା ବେଳେ ଧରାପଡ଼ିବା ପରେ ସେ ଏପରି ଥିଓରୀ ରଚିଥିଲେ । ଏପରି ରାଜନୀତି ବନ୍ଦ କରିବାକୁ ସସ୍ମିତ କହିଛନ୍ତି ।

ହାରିବା ଭୟରେ ବିଳିବିଳେଇ ହୋଇ ବିଜେପି ହିଂସାତ୍ମକ ପନ୍ଥା ଆପଣେଇଛି । ପଦମପୁରବାସୀ ଏହାର ଜବାବ ୫ ତାରିଖରେ ଦେବେ । ଗତକାଲି ଜିଏସଟି ରେଡ୍ ବେଳେ ବିଜେପି ବିଧାୟିକା କୁସୁମ ଟେଟେ ଗୁଣ୍ଡାଗର୍ଦ୍ଦି କରିଥିଲେ । ଶହେ କର୍ମୀଙ୍କୁ ନେଇ ଜିଏସଟି ରେଡ୍ ବେଳେ ଧମକାଇଥିଲେ । ଗୋବର୍ଦ୍ଧନ ଅଗ୍ରୱାଲଙ୍କ ଘରେ ପଶି GST ଅଧିକାରୀଙ୍କୁ ବାରଣ କରିଥିଲେ ।

Leave A Reply

Your email address will not be published.