ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିର୍ବାଚନ ସମୟରେ ହିଂସା କରୁଥିବା ବିଜେପି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ପକ୍ଷରୁ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ଭୁବନେଶ୍ବର : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣା ହେବା ପରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଓଡ଼ିଶା ବିଜେପି ବାରମ୍ବାର ହିଂସାକାଣ୍ଡ ଘଟାଇବା ସହିତ ଖୋଲାଖୋଲି ନିର୍ବାଚନ ଆଚରଣ ବିଧି ଉଲଂଘନ କରିଆସୁଛି । ବିଜେପି କର୍ମୀ ଓ ସେମାନଙ୍କ ଦ୍ୱାରା ନିୟୋଜିତ ଗୁଣ୍ଡାବାହିନୀର ଆକ୍ରମଣରୁ ପୁଲିସ, ସୁରକ୍ଷାକର୍ମୀ, ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ସରକାରୀ ଅଫିସର, ସାଧାରଣ ଜନତା ଓ ବିଜେଡି କର୍ମୀ କେହି ବର୍ତି ନାହାନ୍ତି। ବହୁ ବିଜେପି ନେତା କରୋନା କଟକଣା ବେଳେ ଲାଗୁ ହୋଇଥିବା ନିର୍ବାଚନ ଆଚରଣ ବିଧି ନମାନି ଶହଶହ ଲୋକଙ୍କୁ ନେଇ ସଭାସମିତି ଆୟାଜନ କରିବାକୁ ନେଇ ଶୋଭାଯାତ୍ରା କରି ନାମାଙ୍କନପତ୍ର ଦାଖଲ କରିଥିଲେ।

ଆଉ ନିର୍ବାଚନ ବେଳେ ମଧ୍ୟ ବିଜେପି କର୍ମୀଙ୍କ ଗୁଣ୍ଡାରାଜ ଜାରି ରହିଛି। ଗତ ଏକ ମାସ ମଧ୍ୟରେ ବିଜେପି ପକ୍ଷରୁ ନିର୍ବାଚନ ଆଚରଣ ବିଧି ଉଲଂଘନ ଓ ନିର୍ବାଚନରେ ପରାଜୟ ଭୟରେ ହିଂସାମୂଳକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବାର ଏକାଧିକ ଘଟଣା ସାମ୍ନାକୁ ଆସିଛି। ବିଜେପି କର୍ମୀଙ୍କ ଗୁଣ୍ଡାରାଜ ବିରୋଧରେ ବିଜେଡିର ଶାନ୍ତିପୂର୍ଣ୍ଣ ପ୍ରତିବାଦ । ପଞ୍ଚାୟତ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ବିଜେଡି କର୍ମୀଙ୍କୁ ଆକ୍ରମଣର ପ୍ରତିବାଦ କରିଛି ବିଜେଡି । ଆକ୍ରମଣକୁ ବିରୋଧ କରି ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛି ବିଜେଡି । ଗୁଣ୍ଡାରାଜ କରିଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି । ପରାଜୟ ଭୟରେ ବିଜେପି ସାରା ରାଜ୍ୟରେ ହିଂସାକୁ ଆଦରି ନେଇଛି ବୋଲି ଦଳ ଅଭିଯୋଗ କରିଛି । ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ତିନି ଅଙ୍କ ବିଶିଷ୍ଟ ସଂଖ୍ୟା ଛୁଇଁ ପାରିବ ନାହିଁ । ଶୋଚନୀୟ ପରାଜୟ ଆଡକୁ ମୁହାଁଉଥିବାରୁ ୟୁପି, ବିହାର ଭଳି ଓଡ଼ିଶାରେ ହିଂସା ରାଜନୀତି କରିବାକୁ ପଛାଉନାହିଁ । ବିଜେଡି ଏହା ବିରୋଧରେ ଦୃଢ଼ ପ୍ରତିବାଦ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ।

ପଞ୍ଚାୟତ ନିର୍ବାଚନ ସମୟରେ ରକ୍ତମୁଖା ହୋଇପଡ଼ିଛି ବିଜେପି । ଭଦ୍ରକରେ ପଦାରେ ପଡିଛି ବିଜେପିର ଅସଲ ଭଦ୍ରମୁଖା । ଧାମନଗର ଦଳାଙ୍ଗରେ ବିଜେଡି କର୍ମୀ ପ୍ରତାପ ଚନ୍ଦ୍ର ରାଉତଙ୍କୁ ପିଟି ପିଟି ହତ୍ୟା କରିଥିଲେ ବିଜେପି କର୍ମୀ । ସେହିପରି ନିମାପଡ଼ା, ବ୍ରହ୍ମଗିରି, ବରଗଡ଼, ନୀଳଗିରି, ଭଦ୍ରକ, ଆରଡ଼ି, ପାଟକୁରା, କୁଚିଣ୍ଡା ସମେତ ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ନିର୍ବାଚନ ହାରିବା ଭୟରେ ହିଂସାକୁ ଓହ୍ଲାଇଥିଲେ । କେଉଁଠି ବିଜେଡି କର୍ମୀଙ୍କୁ ଆକ୍ରମଣ ତ କେଉଁଠି ଅପହରଣ କରିଥିବା ଅଭିଯୋଗ ହୋଇଥିଲା । ବିଜେପିର ଏହି ଗୁଣ୍ଡାଗିରିକୁ ନେଇ ବିଜେଡି ବାରମ୍ବାର ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି । ଆଜି ପୁଣି କାର୍ଯ୍ୟାନୁଷ୍ଠାନ ଦାବିରେ ଦଳ ତରଫରୁ ଶାନ୍ତିପୂର୍ଣ୍ଣ ଗଣଧାରଣା ସହ କମିଶନଙ୍କୁ ଦାବିପତ୍ର ଦିଆଯାଇଛି।

Leave A Reply

Your email address will not be published.