ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ବାମୀନାଥନ କମିଟି ସୁପାରିସ ଅନୁସାରେ ଉତ୍ପାଦନ ମୂଲ୍ୟର ଦେଢ଼ ଗୁଣ ଏମଏସପି ବୃଦ୍ଧି କରାଯାଉ- ବିଜେଡି

ଭୁବେନଶ୍ବର: ଏମଏସପି ବୃଦ୍ଧି ସମୁଦ୍ରକୁ ଶଙ୍ଖେ । ଚାଷୀକୁଳ କଣ ଲାଭ ପାଇବ? କେନ୍ଦ୍ର ଚାଷୀଙ୍କୁ ଠକୁଛି । ଏମିତି ଅଭିଯାେଗ କରିଛି ବିଜେଡି । ଧାନର ସବର୍ନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ତୁରନ୍ତ କର । ଏମିତି ଦାବି କରିଛନ୍ତି ବିଜେଡି ସାଂସଦ ଡ.ସସ୍ମିତ ପାତ୍ର । ଏକ ସାମ୍ବାଦିକ ସମ୍ମିଳନୀରେ ସେ କେନ୍ଦ୍ର ଉପରେ ବର୍ଷିବା ସହ କେନ୍ଦ୍ର ସରକାରଙ୍କ ନିକଟରେ ୫ଟି ଦାବି ରଖିଛନ୍ତି ।

ବିଜେଡି ପକ୍ଷରୁ ଡ.ପାତ୍ର ଦାବି କରିଛନ୍ତି ଯେ, ବିଧାନସଭାରେ ସର୍ବସମ୍ମତିରେ ହୋଇଥିବା ନିଷ୍ପତ୍ତି ପୂରଣ କରାଯାଉ। ସ୍ବାମୀନାଥନ କମିଟି ସୁପାରିସ ଅନୁସାରେ ଉତ୍ପାଦନ ମୂଲ୍ୟର ଦେଢ଼ ଗୁଣ ଏମଏସପି ବୃଦ୍ଧି କରାଯାଉ। ୧୩ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ଉଠାଇବାକୁ ଦାବି। ୧୦ ହଜାର ୩୩୪ କୋଟି ଟଙ୍କା ସବସିଡି କେନ୍ଦ୍ର ସରକାର ଦିଅନ୍ତୁ। ଶେଷରେ ୫ ହଜାର ୪୫୨ କୋଟି ଟଙ୍କା ଋଣ ବାବଦ ଅର୍ଥ ରାଜ୍ୟକୁ କେନ୍ଦ୍ର ସରକାର ଦିଅନ୍ତୁ ବୋଲି ଦାବି କରିଛି ବିଜେଡି । ପୂର୍ବରୁ କ୍ବିଣ୍ଟାଲ ପିଛା ୨୯୩୦ ଟଙ୍କା ଧାର୍ଯ୍ଯ ହୋଇଥିଲା।

ଗତକାଲି କେନ୍ଦ୍ର ସରକାର ଧାନର ଏମଏସପି ୧୦୦ ଟଙ୍କା ବୃଦ୍ଧି କରିଥିଲେ ,ତାହା ଯଥେଷ୍ଟ ନୁହେଁ ବୋଲି ବିଜେଡି ଦାବି କହିଛି । ଏ ପ୍ରସଙ୍ଗରେ ସଂସଦ ଭିତରେ ଓ ବାହାରେ ବିଜେଡି ବାରମ୍ବାର ଦାବି କରିଛି। ଏହାସହ ବଳକା ଉଷୁନା ଚାଉଳ ଉଠାଇବ ପାଇଁ ଦାବି କରିଛି ବିଜେଡି । ୨୦୨୧-୨୦୨୨ ରେ ୫୨ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଉତ୍ପାଦନ ହୋଇଛି। ୩୯ ଲକ୍ଷ ଟନ ପିଡିଏସକୁ ଯିବ । ବଳକା ୧୩ ଲକ୍ଷ ମେଟ୍ରିକ୍ ଟନ୍ ରହିଯିବ। ବଳକା ଚାଉଳ ନେବନି ବୋଲି କହିଛି ଏଫସିଆଇ । ଏପରି ହେଲେ ଚାଷୀଙ୍କ ପାଇଁ ସମସ୍ୟା ହେବ ବୋଲି କହିଛନ୍ତି ସସ୍ମିତ ।

କେନ୍ଦ୍ରର ଆବଶ୍ୟକତା ଅନୁସାରେ ୫ ଲକ୍ଷ ଭିଟାମିନଯୁକ୍ତ ଉଷୁନା ଚାଉଳ ଦେବାକୁ ରାଜ୍ୟ ପ୍ରସ୍ତୁତ ଅଛି । କେନ୍ଦ୍ର ସରକାର ଏଯାଏଁ ୧୦ ହଜାର ୩୩୪ କୋଟି ଟଙ୍କା ସବ୍ସିଡି ଦେଇ ନାହାନ୍ତି । ବକେୟା ପାଉଣା ପାଇଁ ଦାବି କରିଛି ବିଜେଡି। ଉଚିତ୍ ସମୟରେ ସବସିଡ ମିଳୁ ନଥିବାରୁ ଋଣ ନେଇ ସରକାର ସୁଝୁଥିବାରୁ ସରକାରଙ୍କ ଉପରେ ବୋଝ ବଢୁଛି। ଏଥିପାଇଁ ପ୍ରାୟ ୫୪୫୨ କୋଟି ଟଙ୍କା କେନ୍ଦ୍ର ଦେବାକୁ ଦାବି କରିଛି ଦଳ ।

Leave A Reply

Your email address will not be published.