ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପିଏମ ଆବାସ ଯୋଜନା ପ୍ରସଙ୍ଗ ଊପରେ ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର : ପିଏମ ଆବାସ ପ୍ରସଙ୍ଗ। ରାଜ୍ୟର ଦାବି ଅନୁସାରେ କେନ୍ଦ୍ର ଘର ଦେଲେ ନାହିଁ। ୧୫ ଲକ୍ଷ ଘର ଆବଶ୍ୟକ। ବିଜେପି ସାଂସଦ ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଡ୍ରାମା କରୁଛନ୍ତି, ମାତ୍ର 8 ଲକ୍ଷ ଘର ଦେଲେ। ବିଜେପି ରାଜ୍ୟ ନେତୃତ୍ୱ ମାନେ କେନ୍ଦ୍ରକୁ ଯାଆନ୍ତୁ ଏବଂ ଜଣାନ୍ତୁ ଯେ ଗାଇଡ଼ଲାଇନ ପରିବର୍ତ୍ତନ କରାଯାଉ। ଯଦି ତାଲିକାରେ ଅଯୋଗ୍ୟ ଅଛନ୍ତି ତେବେ ବିଜେପି ନେତା ମାନେ ଲିଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ। ବିଜେପି ସାଂସଦ ମାନେ ଡାହାଣୀ ହୋଇ ଲାଗୁଛନ୍ତି ଗୁଣିଆ ହୋଇ ଝାଡୁଛନ୍ତି। ବିଜେପି ସାଂସଦ ମାନେ ଷଡ଼ଯନ୍ତ୍ର କରି ଓଡିଶାବାସୀଙ୍କ ସ୍ୱାର୍ଥ ବିରୋଧରେ ଯାଇ ଆବାସ ଅଟକାଇ ଦେଲେ, ବିଜେଡି ଏହାକୁ ନିନ୍ଦା କରୁଛି। ଏହା ଓଡିଶାର ରାଜନୀତି ଇତିହାସରେ କଳା ଅଧ୍ୟାୟ।

ଓଡିଶା ଲୋକ ଜାଣିଛନ୍ତି, ଓଡିଶାର ସ୍ୱାର୍ଥ ପାଇଁ ଲଢେଇ କରୁଛି ବିଜେଡ଼ି। ଏ ଷଡ଼ଯନ୍ତ୍ର କେବଳ ୧୫ ଲକ୍ଷ ଘର ଅଟକାଇବା ପାଇଁ ନୁହେଁ ଆଗକୁ ଯୋଜନା ବନ୍ଦ କରିବେ ଏବଂ ଓଡିଶାକୁ ଆଉ ଘର ଦେବେ ନାହିଁ। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ନିଜ ଆଡୁ ଘର ଦେବେ। ଓଡିଶା ଲୋକଙ୍କ ପାଇଁ ବିଜେଡ଼ିର ସଂଗ୍ରାମ ଜାରି ରହିବ। ଓଡ଼ିଶା ଲୋକଙ୍କ ପ୍ରତି ଘୋର ଅନ୍ୟାୟ କରିଛନ୍ତି ବିଜେପିର ସାଂସଦ ମାନେ। କାହିଁକି ଚୁପ ବସିଲା ବିଜେପି। ଗାଇଡ଼ଲାଇନ ତିଆରି ବେଳେ କାହିଁକି ଚୁପ ବସିଲେ। କେନ୍ଦ୍ର ସରକାର ଗାଇଡ଼ଲାଇନ କରିଛନ୍ତି। କାହିଁକି ବଦଳାଇବାକୁ କହୁନାହାନ୍ତି। ପଲ୍ଲୀସଭାରେ ଆପତ୍ତି ଆଣୁନାହାନ୍ତି କାହିଁକି। ମିଛ ପ୍ରହେଳିକା ସୃଷ୍ଟି ନକରନ୍ତୁ। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ସହ ବିଜେପି ସାଂସଦଙ୍କ ଫଟୋ ଦେଖାଇ ଅଭିଯୋଗ କଲା ବିଜେଡ଼ି।

Leave A Reply

Your email address will not be published.