ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରୁଦ୍ର ରଥରେ ସାରଥୀ ‘ନବୀନ’

ବିଜେଡି ପ୍ରତି ବଢ଼ୁଛି ଯୁବ ଭୋଟରଙ୍କ ଆକର୍ଷଣ , ଏଥର ତାଲିକାରେ ୭୭୦୮ ନୂଆ ଭୋଟର

ପୁରୀ: ପାଖେଇ ଆସୁଛି ପିପିଲି ଉପନିର୍ବାଚନ। ଆସନ୍ତା ୧୭ ତାରିଖରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ମତଦାନର ଦିନ ଯେତେ ପାଖଉଛି ପିପିଲି ଡେଲାଙ୍ଗ ଅଞ୍ଚଳରେ ନିର୍ବାଚନୀ ଉଷ୍ଣତା ସେତିକି ବଢ଼ିିବାରେ ଲାଗିଛି। ପ୍ରଚାର ସମୟ ସରିଆସୁଥିବାରୁ ଭୋଟରଙ୍କୁ ମନେଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ପ୍ରାର୍ଥୀ। ତେବେ ଏଥର ଭୋଟର ବି ବେଶ୍‍ ସଚେତନ ହୋଇଛନ୍ତି। କେଉଁ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ସେ ନେଇ ମାପିଚୁପି ଆଗକୁ ବଢ଼ିୁଛନ୍ତି। ଏହା ସତ୍ୱେ ଯୁବ ଭୋଟରଙ୍କଠାରେ ଦେଖିବାକୁ ମିଳୁଛି ବେଶ୍‍ ଉତ୍ସୁକତା। କିଏ ପ୍ରଥମଥର ତ ପୁଣି କେହି ଦ୍ୱିତୀୟଥର ନିଜ ମତାଧିକାର ସାବ୍ୟସ୍ତ କରିବାକୁ ଅପେକ୍ଷା କରିଛନ୍ତି। ତେବେ ଏହି ଉପନିର୍ବାଚନ ଲାଗି ରୁଦ୍ର ମହାରଥୀଙ୍କ ପ୍ରତି ଯୁବ ଭୋଟର ଅଧିକ ମାତ୍ରାରେ ଆକର୍ଷିତ ହେଉଛନ୍ତି। ଉଚ୍ଚଶିକ୍ଷାରେ ସଂରକ୍ଷଣ ନିଷ୍ପତ୍ତି ହିଁ ଏହି ଆକର୍ଷଣର ମୁଖ୍ୟ କାରଣ ପାଲଟିଛି। ନିକଟରେ ସରକାରୀ ସ୍କୁଲରେ ପଢ଼ିୁଥିବା ପିଲାଙ୍କ ପାଇଁ ସଂରକ୍ଷଣ ନେଇ ବିଧାନସଭାରେ ସଂକଳ୍ପ ଆଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମେଡିକାଲ ଓ ଇଞ୍ଜିନିୟରିଂ ପାଠପଢ଼ିାରେ ସାଧାରଣ ଛାତ୍ରଛାତ୍ରଙ୍କୁ ୧୫% ସଂରକ୍ଷଣ ନିଷ୍ପତ୍ତି ନିଶ୍ଚିତ ଏକ ଐତିହାସିକ ନିଷ୍ପତ୍ତି ବୋଲି କହିଛନ୍ତି ଅଧିକାଂଶ ଯୁବ ଭୋଟର। ଚାନ୍ଦୁଆ ସହରର ମହାସମରରେ ରୁଦ୍ର ରଥରେ ସାରଥୀ ହୋଇଛନ୍ତି ‘ନବୀନ’। ଆଉ ନବୀନଙ୍କ ଉପରେ ଯୁବ ଭୋଟରଙ୍କ ଭରସା ରୁଦ୍ରଙ୍କ ପ୍ରତି ଆଶୀର୍ବାଦ ହୋଇଛି।

ଏଥର ପିପିଲି ଉପନିର୍ବାଚନରେ ମତଦାନ କରିବେ ୭,୭୦୮ ଜଣ ନୂଆ ଭୋଟର। ଏହି ଭୋଟରଙ୍କ ମଧ୍ୟରେ ସଂଖ୍ୟାଧିକ ଛାତ୍ରଛାତ୍ରୀ ରହିଛନ୍ତ, ଯେଉଁମାନେ ପ୍ରଥମଥର ପାଇଁ ଭୋଟ ଦାନର ଅନୁଭୂତି ସାଉଣ୍ଟିବେ। ତେବେ ଏହି ଯୁବ ଭୋଟରଙ୍କ ପ୍ରଥମ ପସନ୍ଦ ପ୍ରାର୍ଥୀ ରହିଛନ୍ତି ରୁଦ୍ର ମହାରଥୀ। ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଏବଂ ଜନକଲ୍ୟାଣକାରୀ ଯୋଜନା ହିଁ ରୁଦ୍ରଙ୍କୁ ନିର୍ବାଚନରେ ସଫଳତା ଆଣିଦେବ ବୋଲି କହିଛନ୍ତି। ଡେଲାଙ୍ଗ ବ୍ଲକ ବଡ଼ଆଙ୍କୁଲାର ସତ୍ୟରଞ୍ଜନ ପ୍ରଧାନଙ୍କ ମତରେ କରୋନା ମହାମାରୀ ଯୋଗୁ ୨୦୨୦ରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଲା। ସଂକ୍ରମଣ ବଢ଼ିୁଥିବାରୁ ସ୍କୁଲ, କଲେଜ ବନ୍ଦ କରିଦିଆଗଲା। ଏହି ସମୟରେ ପାଠପଢ଼ିାକୁ ନେଇ ଚିନ୍ତିତ ଥିଲୁ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଯୋଗୁ ଅନ୍‍ଲାଇନରେ ଶିକ୍ଷାଦାନ ଆରମ୍ଭ ହେଲା। ଏହା ନିଶ୍ଚିତ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ସବୁଠୁ ବଡ଼ ଉପଲବ୍ଧି। ମୁଖ୍ୟମନ୍ତ୍ରୀ ସବୁବେଳେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଅନ୍ତି। ଉଚ୍ଚ ଶିକ୍ଷାରେ ସଂରକ୍ଷଣ ସରକାରଙ୍କର ଏକ ଐତିହାସିକ ନିଷ୍ପତ୍ତି, ଏହାଦ୍ୱାରା ଗରିବ ମେଧାବୀ ଛାତ୍ରଛାତ୍ରୀମାନେ ମେଡିକାଲ ଏବଂ ଇଞ୍ଜିନିୟରିଂ ପାଠ ପଢ଼ିିବା ଲାଗି ସୁଯୋଗ ପାଇପାରିବେ। ତେଣୁ ମୋର ପ୍ରଥମ ଭୋଟ ସାମୂହିକ ସ୍ୱାର୍ଥକୁ ଅଗ୍ରାଧିକାର ଦେଉଥିବା ବିଜେଡିର ରୁଦ୍ର ମହାରଥୀଙ୍କୁ ଯିବ ବୋଲି କହିଛନ୍ତି ସତ୍ୟରଞ୍ଜନ।
ବେରବୋଇର ଅମୁନ ନାୟକ କହିଛନ୍ତି ମୁଖ୍ୟମନ୍ତ୍ରୀ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଛନ୍ତି। ସବୁବର୍ଗର ଲୋକେ ଏହି ଯୋଜନାର ସୁଫଳ ପାଉଛନ୍ତି। ମୁଁ ଜଣେ ଗାଡ଼ି ଚାଳକ। ବ୍ୟାଙ୍କରୁ ଋଣ ନେଇ ଅଟୋଟିଏ କିଣି ପରିବାର ଚଳାଉଛି। କରୋନା ସମୟରେ କିସ୍ତି ଘୁଞ୍ଚାଇ ଦିଆଯିବା ନିଶ୍ଚିତ ଆମ ପାଇଁ ବଡ଼ କଥା ଥିଲା। ଡେଲାଙ୍ଗ ମାଟିରେ ଯାହା ବି କିଛି ଉନ୍ନତି ଘଟିଛି ତାହା ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ଯୋଗୁ ହିଁ ହୋଇପାରିଛି। ଭର୍ଚୁଆଲ ସମାବେଶରେ ଡେଲାଙ୍ଗ ପିପିଲିର ବିକାଶ ଦାୟିତ୍ୱ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଛନ୍ତି। ତେଣୁ ରୁଦ୍ରଙ୍କୁ ଏଥର ସୁଯୋଗ ଦିଆଯିବା ଦରକାର।

ଅନ୍ୟତମ ଯୁବ ଭୋଟର ହୁମରର ପ୍ରଶାନ୍ତ କୁମାର ଜେନାଙ୍କ ମତରେ ବିଜେଡି ସରକାର ସାଧାରଣ ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ଭୋଟର ନ ହେବା ପୂର୍ବରୁ ଆମେ ଏକାଧିକ ଯୋଜନାର ସୁଫଳ ପାଇଛୁ। ନିର୍ବାଚନ ଥିବାରୁ ପ୍ରାର୍ଥୀମାନେ ନାନା ପ୍ରକାର ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ଡେଲାଙ୍ଗ ପିପିଲିର ବିକାଶଧାରା ଯେପରି ଆହୁରି ଦ୍ରୁତଗତିରେ ବଢ଼ିିବ ତାହାକୁ ବିଚାର କରି ମୋର ମତଦାନ ସାବ୍ୟସ୍ତ କରିବି ବୋଲି କହିଛନ୍ତି ପ୍ରଶାନ୍ତ। ପିପିଲି ତେଇଶିପୁରର ସନ୍ତୋଷ ସାହୁ କୁହନ୍ତି, ଉଚ୍ଚଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ସଂରକ୍ଷଣ ନିଷ୍ପତ୍ତି ବାସ୍ତବରେ ପ୍ରତ୍ୟେକ ଗରିବ ଛାତ୍ରଛାତ୍ରୀଙ୍କ ମନରେ ନୂଆ ଆଶା ସୃଷ୍ଟି କରିଛି। ମେଡିକାଲ, ଇଞ୍ଜିନିୟରିଂରେ ପାଠ ପଢ଼ିିବା ଲାଗି ଅନେକ ଆଶା କରୁଥିଲେ ବି ଦୌଡରେ ନିଜକୁ ସାମିଲ କରିବାକୁ ସକ୍ଷମ ହେଉ ନ ଥିଲେ। ହେଲେ ଉଚ୍ଚଶିକ୍ଷାରେ ସଂରକ୍ଷଣ ସାଧାରଣ ଚାଷୀ ଘରର ପୁଅଝିଅଙ୍କ ମନରେ ବି ସମ୍ଭାବନା ଆଣିଛି।

Leave A Reply

Your email address will not be published.