ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଧର୍ମେନ୍ଦ୍ରଙ୍କୁ ସସ୍ମିତଙ୍କ କଡ଼ା ଜବାବ: କହିଲେ ‘ରାଜନୈତିକ ଉଦ୍ଦେଶ୍ୟ ରଖି ଓଡିଶାକୁ ନିନ୍ଦିତ କରନ୍ତୁ ନାହିଁ’

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜବାବ ଦେଲେ ସସ୍ମିତ ପାତ୍ର। ପଢାଇଲେ ଆଇନଶୃଙ୍ଖଳା ଓ ଅରାଜକତାର ପାଠ। ଆହୁରି ମଧ୍ୟ ସସ୍ମିତ କହିଛନ୍ତି- ଶାନ୍ତିପ୍ରିୟ ରାଜ୍ୟକୁ ନିନ୍ଦିତ କରୁନ୍ତୁ ନାହିଁ କେନ୍ଦ୍ରମନ୍ତ୍ରୀ । ରାଜନୀତି ପାଇଁ ଓଡ଼ିଶାବାସୀଙ୍କୁ ବଦନାମ କରନ୍ତୁ ନାହିଁ । ଦୀର୍ଘବର୍ଷ କେନ୍ଦ୍ରମନ୍ତ୍ରୀ ରହିବା ସତ୍ତ୍ବେ ଅପରାଧ ଓ ଆଇନ ଶୃଙ୍ଖଳା ଭିତରେ ଫରକ ଜାଣିପାରିଲେ ନାହିଁ।


ପଦମପୁର ଉପନିର୍ବାଚନ ସମୟରେ ଜିଏସଟି ରେଡ ସମୟରେ ବିଜେପି ନେତାଙ୍କ ଗଣ୍ଡଗୋଳ କରିବାକୁ ଅରାଜକତା ବୋଲି କୁହାଯାଏ । ଜଣେ ବ୍ୟବସାୟୀଙ୍କୁ ସୁରକ୍ଷା ଦେବାକୁ ଅରାଜକତା କରିଥିଲେ ବିଜେପି ନେତା ଓ କର୍ମୀ । କଟକ-ସମ୍ବଲପୁର ଜାତୀୟ ରାଜପଥର ମରାମତିରେ କେନ୍ଦ୍ରର ଅବହେଳା ବିରୋଧରେ ସ୍ଥାନୀୟ ଲୋକଙ୍କୁ ରାସ୍ତା ଅବରୋଧ ଆଇନ ଶୃଙ୍ଖଳା ପରିସ୍ଥିତି କୁହାଯାଏ ବୋଲି ସସ୍ମିତ ପାତ୍ର କହିଛନ୍ତି।


ଏଥିସହ ଏନସିଆରବି ରିପୋର୍ଟ ୨୦୨୧ ଅନୁସାରେ ବିଜେପି ଶାସିତ ରାଜ୍ୟରେ ଅଧିକ ହତ୍ୟା ଓ ଦୁଷ୍କର୍ମ ଭଳି ଘଟଣା ଘଟିଛି । ୟୁପି, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟରେ ଅପରାଧର ହାର ଅଧିକ ବୋଲି ସସ୍ମିତ ପାତ୍ର କହିଛନ୍ତି ।

Leave A Reply

Your email address will not be published.