ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ଭେଟିଛନ୍ତି ବିଜେଡି ସାଂସଦ । ବିଜେଡିର ରାଜ୍ୟସଭା ଓ ଲୋକସଭାର ସାଂସଦମାନେ ଆଜି ସନ୍ଧ୍ୟାରେ ଜଗଦୀପ ଧନଖଡ଼ଙ୍କୁ ଭେଟିଛନ୍ତି। ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଧନଖଡ଼ଙ୍କ ପ୍ରତି ଦଳର ସମର୍ଥନ ଘୋଷଣା କରିସାରିଛନ୍ତି । ଆଜି ଔପଚାରିକ ଭାବେ ବିଜେଡି ସାଂସଦଙ୍କୁ ଦିଲ୍ଲୀରେ ତାଙ୍କୁ ଭେଟିଛନ୍ତି । ଧନଖଡଙ୍କ ସହ ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ହୋଇଛି । ଏହି ଭେଟଘାଟରେ ବିଜେଡି ଲୋକସଭା ସାଂସଦ ପିନାକି ମିଶ୍ର ବିଜେଡି ସାଂସଦଙ୍କ ପ୍ରତିନିଧିତ୍ୱ କରିଥିଲେ । ଜଗଦୀପ ମଧ୍ୟ ସାଂସଦମାନଙ୍କୁ ଭେଟି ସମର୍ଥନ ମାଗିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଧନଖଡ଼ଙ୍କୁ ଭେଟିଥିବା କଥା କହିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ଶ୍ରୀମଙ୍ଗରାଜ କହିଛନ୍ତି ଯେ ଆମେ ଧନଖଡଙ୍କୁ ଭେଟି ସମର୍ଥନ ଜ୍ଞାପନ କଲୁ । ରାଷ୍ଟ୍ରପତି ନିର୍ବାଚନ ଭଳି ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଧନଖଡଙ୍କୁ ଭୋଟ ଦେବୁ ।

ସଂସାଦମାନଙ୍କ ମଧ୍ୟରେ ପିନାକୀ ମିଶ୍ର, ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ, ସୁଜତି କୁମାର, ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଓ ସୁଲତା ଦେଓ, ଅନୁଭବ ମହାନ୍ତି,ମୁନ୍ନା ଖାଁ ପ୍ରମୁଖ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ବିରୋଧୀଙ୍କ ପକ୍ଷରୁ ମାର୍ଗାରେଟ ଆଲଭା ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ଆସନ୍ତା ୬ ତାରିଖରେ ଉପରାଷ୍ଟ୍ରପତି ପାଇଁ ନିର୍ବାଚନ ହେବ । ସେହିଦିନ ହିଁ ଫଳାଫଳ ଘୋଷଣା ହେବ । ସୂଚନାଥାଉକି, ଆସନ୍ତା ମାସ ୧୦ ତାରିଖରେ ବର୍ତ୍ତମାନ ଉପରାଷ୍ଟ୍ରପତି ଭେଙ୍କୟା ନାୟିଡୁଙ୍କ କାର୍ଯ୍ୟକାଳ ଶେଷ ହେଉଛି।

Leave A Reply

Your email address will not be published.