ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଧାନମନ୍ତ୍ରୀ କୁସୁମ ଯୋଜନାକୁ ମାର୍ଚ୍ଚ ୨୦୨୬ ପର୍ଯ୍ଯନ୍ତ ବୃଦ୍ଧି କରାଯାଇଛି: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଶାରେ ପ୍ରଧାନମନ୍ତ୍ରୀ କୁସୁମ ଯୋଜନାର ଅଗ୍ରଗତି କଣ ? ରାଜ୍ୟ ଏହି ଯୋଜନାରେ କମ୍ପୋନେଣ୍ଟ ଏ, ବି ଓ ସି’ ରେ କେତେ ଦାବି ରଖିଥିଲା ? ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ କେତେ ପରିମାଣରେ ଦାବି ରଖିଥିଲେ ? ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ପିଏମ୍ କୁସୁମରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି ନା ନାହିଁ ? ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ବିଦ୍ୟୁତ ଓ ନବୀକରଣୀୟ ଶକ୍ତି ମନ୍ତ୍ରୀ ଆର୍ କେ ସିଂ । ମନ୍ତ୍ରୀ ଶ୍ରୀ ସିଂ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ, ଏହି ଯୋଜନାକୁ ୨୦୨୬ ମାର୍ଚ୍ଚ ୩୧ ଯାଏଁ ବୃଦ୍ଧି କରାଯାଇଛି । ଗତ ଫେବ୍ରୁଆରୀ ସୁଦ୍ଧା କମ୍ପୋନେଣ୍ଟ ଏ ରେ ୮୯.୪୫ ମେଗାୱାଟ କ୍ଷମତା ବିଶିଷ୍ଟ ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କରାଯାଇଛି ।

୨ ଲକ୍ଷ ୯ ହଜାର ସୌର ପ୍ଲାଣ୍ଟ ସ୍ଥାପନ ହୋଇଛି । ଏଥିରୁ ଉତ୍ପାଦିତ ଅଣପାରମ୍ପରିକ ଶକ୍ତିକୁ ଧାର୍ଯ୍ଯ ଦରରେ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀମାନେ କିଣିପାରିବେ । ସେହି ଧାର୍ଯ୍ଯ ଦର ସମ୍ପୃକ୍ତ ରାଜ୍ୟର ବିଦ୍ୟୁତ ନିୟାମକ ଆୟୋଗ ଦ୍ୱାରା ସ୍ଥୀରିକୃତ ହେବ। ମନ୍ତ୍ରୀ ଉତ୍ତରରେ ଦର୍ଶାଇଛନ୍ତି ୨୦୨୬ ମାର୍ଚ୍ଚ ସୁଦ୍ଧା ଓଡ଼ିଶା କମ୍ପୋନେଣ୍ଟ ଏ ରେ ୫୦୦ ମେଗାୱାଟ, କମ୍ପୋନେଣ୍ଟ ବି’ ରେ ୧୦,୭୪୧ ଏବଂ କମ୍ପୋନେଣ୍ଟ ସି’ ରେ ୫୦ହଜାର ସୋଲାର ପାୱାରପ୍ଲାଣ୍ଟ ପାଇଁ ଆବେଦନ କରିଛି। ଗତ ଫେବ୍ରୁଆରୀ ସୁଦ୍ଧା ଓଡ଼ିଶାରେ ମଞ୍ଜୁର ହୋଇଥିବା କମ୍ପୋନେଣ୍ଟ ବି’ ର ୫୭୪୧ ରୁ ୧୨୨୩ ଟି ପ୍ଲାଣ୍ଟ ସ୍ଥାପନ କରାଯାଇଛି। କମ୍ପୋନେଣ୍ଟ ସି’ ରେ ୪୦ ହଜାର (ଆଇପିଏସ୍), (୧୦ ହଜାର ଏଫଏଲଏସ) ମଞ୍ଜୁର ହୋଇଛି । ମାତ୍ର କିଛି ସ୍ଥାପନ କରାଯାଇନାହିଁ ।

Leave A Reply

Your email address will not be published.