ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେନ୍ଦ୍ରର ବୈମାତୃକ ମନୋଭାବ ବିରୋଧରେ ବିଜେଡି ବିଧାୟକଙ୍କ ପ୍ରତିବାଦ ପଦଯାତ୍ରା

ଭୁବନେଶ୍ୱର: କେନ୍ଦ୍ରର ବୈମାତୃକ ମନୋଭାବ ବିରୋଧରେ ବିଜେଡି ବିଧାୟକଙ୍କ ପ୍ରତିବାଦ ପଦଯାତ୍ରା । ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ବିଜେପି ସାଂସଦଙ୍କ ଅଭିଯୋଗକ୍ରମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବନ୍ଦ କରାଯାଇଛି । ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତ କରି ରିପୋର୍ଟ ମଧ୍ୟ ପ୍ରଦାନ କରାଯାଇଛି ।

ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଚିଠି ଲେଖି କେନ୍ଦ୍ରକୁ ଜଣାଇଛନ୍ତି । ଏହା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟରେ ଆରମ୍ଭ କରାଯାଇନି । ଯାହାକୁ ଦୃଢ଼ ବିରୋଧ କରିଛି ବିଜେଡି । ଏ ନେଇ ଆଜି ରାଜଭବନ ମୁହାଁ ହୋଇଛନ୍ତି ବିଜେଡି ବିଧାୟକ । ପ୍ରାୟ ୧୪ଲକ୍ଷ ହିତାଧିକାରୀଙ୍କ ଘର କେନ୍ଦ୍ର ରୋକିଥିବା ଅଭିଯୋଗ ଆଣିଛି ବିଜେଡି । ଏହା ପଛରେ ବିଜେପି ସାଂସଦ ଷଡ଼ଯନ୍ତ୍ର ରହିଥିବା କହିଛି ବିଜେଡି । ଏହି ଯୋଜନା ବନ୍ଦ କରାଯିବା ଫଳରେ ଗରିବ ଲୋକେ ପକ୍କା ଘର ପାଇବାରୁ ବଞ୍ଚିତ ହେବା ସହ ଫୋନ କ୍ଷତିଗ୍ରସ୍ତ ମଧ୍ୟ ପକ୍କା ଘର ମଧ୍ୟ ପାଇପାରୁନାହାନ୍ତି ।

ସୂଚନା ଯୋଗ୍ୟ ଯେ, ଫନି ସମୟରେ ରାଜ୍ୟର ୧୪ ଜିଲ୍ଲା ପ୍ରଭାବିତ ହୋଇଥିଲା । ଭାଙ୍ଗି ଯାଇଥିବା ଘରର ପୁନରୁଦ୍ଧାର କରାଯିବ କହିଥିଲେ ପ୍ରଧାନମନ୍ତ୍ରୀ । ୮ଲକ୍ଷ ଘର ଯୋଗାଇ ଦେବାକୁ କୁହାଯାଇଥିଲା । ଆଜି ପର୍ଯ୍ଯନ୍ତ ଫୋନିର ଗୋଟିଏ ଘର ପାଇଁ କେନ୍ଦ୍ରର ଅନୁମତି ମିଳି ନ ଥିବା ପୂର୍ବରୁ ଅଭିଯୋଗ କରିଛି ବିଜେଡି । ରାଜ୍ୟ ପଠାଇଥିବା ତାଲିକାକୁ ଚାପି ବସିଛି କେନ୍ଦ୍ର । ଅନ୍ୟ ୬ ଲକ୍ଷ ପ୍ରକୃତ ହତାଧିକାରୀ ବି ଏହି ଯୋଜନାରେ ସାମିଲ ହୋଇପାରିନାହାନ୍ତି । ଏଭଳି ଭାବେ ମୋଟ୍ ୧୪ ଲକ୍ଷ ଯୋଗ୍ୟ ହିତାଧିକାରୀ କେନ୍ଦ୍ର ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ୧୨ ମାର୍ଚ୍ଚ ୨୦୧୯ ରେ କେନ୍ଦ୍ର ସରକାର ତାଲିକା ପ୍ରସ୍ତୁତ କରିବା ପାଇଁ ସମସ୍ତ ରାଜ୍ୟକୁ କହିଥିଲେ । କିନ୍ତୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବାରୁ ଏ ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା । କିନ୍ତୁ ବର୍ତ୍ତମାନ ପର୍ୟ୍ୟନ୍ତ କେନ୍ଦ୍ର ନୂଆ ପର୍ମାନେଣ୍ଟ ୱେଟିଂ ଲିଷ୍ଟ ସଂଯୋଗ କରିବା ପାଇଁ ଅନୁମତି ଦେଇ ନାହାନ୍ତି ।

Leave A Reply

Your email address will not be published.