ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରେମ ବିବାହ ପାଇଁ ପରିବାର ରାଜି ହେଲେନି, ନିଜେ ବିଜୁ ବାବୁ କନ୍ୟାଦାନ କରି ବିବାହ ସଂପନ୍ନ କରାଇଥିଲେ

ବରଗଡ : ପୂର୍ବତନ ମନ୍ତ୍ରୀ ତଥା ପଦ୍ମପୁରର ବିଜେଡି ବିଧାୟକ ବିଜୟରଂଜନ ସିଂହ ବରିହାଙ୍କ ପରଲୋକ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା।

ପୂର୍ବତନ ମନ୍ତ୍ରୀ ତଥା ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହା ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। କିଛିଦିନ ତଳେ ଅଚାନକ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ଭୁବନେଶ୍ବରରେ ଉକ୍ତ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସ୍ବାସ୍ଥ୍ୟାବସ୍ଥାରେ ଅବନତି ପରିଲକ୍ଷିତ ହେଉଥିବାରୁ ଉତ୍ତମ ଚିକିତ୍ସା ନିମନ୍ତେ ଅନ୍ୟ କୌଣସି ବଡ଼ ଡାକ୍ତରଖାନାକୁ ନେବା ପାଇଁ ଚିନ୍ତା କରାଯାଉଥିବା ବେଳେ ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ବିୟୋଗରେ ପଦ୍ମପୁରରେ ଶୋକର ଛାୟା ଖେଳିଯାଇଛି।

ସ୍ୱର୍ଗତଃ ବରିହା ବରଗଡ଼ ଜିଲ୍ଲା ପଦ୍ମପୁରରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୦ରୁ୨୦୦୦ ଯାଏଁ ସେ ଜନତା ଦଳ ଟିକେଟରେ ଏହି ଆସନରୁ ବିଧାନସଭାକୁ ପ୍ରଥମ ଥର ନିର୍ବାଚିତ ହୋଇଥିଲେ। ଏହା ପରେ ସେ ୨୦୦୦ ଏବଂ ୨୦୦୯ରେ ବିଜେଡି ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ବିଜେଡି ସରକାରରେ ମନ୍ତ୍ରୀ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୃତୀୟ ପାଳି ସରକାରରେ ୨୦୦୯ରେ ହରିଜନ- ଆଦିବାସୀ କଲ୍ୟାଣ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ । ତେବେ ୨୦୧୪ ବିଧାନସଭା ନିର୍ବାଚନରେ ତାଙ୍କୁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ପରାଜୟ ବରଣ କରିବାକୁ ପଡ଼ିଥିଲା। ୨୦୧୯ ନିର୍ବାଚନରେ ବିଜୟ ରଂଜନ ସିଂହ ବରିହା ପୁଣି ପଦ୍ମପୁର ଆସନରୁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ବିଜୁ ପଟ୍ଟନାୟକଙ୍କ ଧର୍ମ ଜ୍ବାଇଁ ଥିଲେ ବିଜୟ 

ବିଜୟ ବାବୁ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଧର୍ମ ଜ୍ବାଇଁ ଥିଲେ। ବିଜୟ ବାବୁ ପରିବାରର ବିରୋଧରେ ଯାଇ ପ୍ରେମ ବିବାହ କରିଥିଲେ। ଆଉ ନୃସିଂହନାଥ ମନ୍ଦିରରେ ଅନୁଷ୍ଠିତ ଏହି ବିବାହରେ ବିଜୁ ବାବୁ ନିଜେ ସାମିଲ ହୋଇ କନ୍ୟାଦାନ କରି ବିବାହ ସଂପନ୍ନ କରାଇଥିଲେ।

ବିଜୟଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ 

ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତରେ ଶୋକବ୍ୟକ୍ତି କରିଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଶୋକ ବ୍ୟକ୍ତ କରିବା ସହ ବିଜୟଙ୍କ ଦେହାନ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା କହିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ସେହିପରି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଏଭଳି ସମ୍ବାଦରେ ମର୍ମାହତ ବୋଲି କହିଛନ୍ତି ।

ମନ୍ତ୍ରୀ ସ୍ନେହାଙ୍ଗୀନି ଛୁରିଆ,ସାଂସଦ ମାନସ ମଙ୍ଗରାଜ,ବରିଷ୍ଠ ନେତ୍ରୀ ରାଶେସ୍ୱରୀ ପାଣିଗ୍ରାହୀ, ଅତୁନ ସବ୍ୟସାଚୀ ନାୟକ ଏବଂ ଶୁସାନ୍ତ ସିଂ ମଧ୍ୟ ବିଜୟଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରଛନ୍ତି । ପଦ୍ମପୁର ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ନେତା ରହିଥିଲେ ବିଜୟ ରଞ୍ଜନ ବରିହା । ପଦ୍ମପୁରରୁ ୫ଥର ବିଧାୟକ ଥିଲେ ବିଜୟ । ୧୯୯୦ରୁ ୨୦୦୦ମସିହା ଯାଏ ଜନତା ଦଳରୁ ବିଧାୟକ ହୋଇଥିଲେ ।

ସାଧାରଣ ଜନତାଙ୍କ ନେତା ରହିଥିଲେ ବିଜୟ ରଞ୍ଜନ ବରିହା । ସମସ୍ତଙ୍କ ସୁଖ ଦୁଃଖରେ ଠିଆ ହେଉଥିଲେ । ସେଥିପାଇଁ ସେ ବାରମ୍ବାର ବିଜୟ ଲାଭ କରି ବିଧାନସଭାରେ ପ୍ରବେଶ କରୁଥିଲେ । ୨୦୦୦ ଓ ୨୦୦୯ ଓ ୨୦୧୯ରେ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ । ବିଜେଡିର ଜଣା ଟାଣୁଆ ନେତା ଥିଲେ ବିଜୟ । ୨୦୦୯ ମସିହାରେ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ଜେଏନୟୁରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରିଥିଲେ ବିଜୟ । ତାଙ୍କ ମରଶରୀରକୁ ପ୍ରଥମେ ବିଧାନସଭା ନିଆଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବ । ପରେ ବିଜେଡି ପାର୍ଟି ଅଫିସରେ ଶେଷ ଦର୍ଶନ କରିବେ ନେତା । ସେଠାରୁ ମରଶରୀରକୁ ତାଙ୍କ ଜନ୍ମସ୍ଥାନକୁ ନିଆଯିବ ।

Leave A Reply

Your email address will not be published.