ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାଂସଦଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ, ବିଜେଡିରେ ମିଶିଲେ ଘଡୁଆଳ ଓ ଚଣ୍ଡିବସ୍ତ ପଞ୍ଚାୟତର ବିଜେପି ଓ କଂଗ୍ରେସ କର୍ମୀ

ନୟାଗଡ଼ : ବିଜୁ ଜନତା ଦଳର ଆଭିମୁଖ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ନୟାଗଡ଼ ଦଳୀୟ କାର୍ଯ୍ୟାଳୟଠାରେ ୬୦ରୁ ଉର୍ଦ୍ଧ୍ବ  ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ପୁରୀ ସାଂସଦ ପିନାକୀ ମିଶ୍ର ଏବଂ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ସଦର ବ୍ଲକ ଘଡ଼ୁଆଳ ଗ୍ରାମ ପଞ୍ଚାୟତ ଓ ଚଣ୍ଡିବସ୍ତ ଗ୍ରାମପଞ୍ଚାୟତର ବିରୋଧି ଦଳର ପ୍ରମୁଖ କଂଗ୍ରେସ ଓ ବିଜେପି ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ବିଜୁ ଜନତା ଦଳରେ ଯୋଗ ଦେଇଥିବା ଜଣାପଡିଛି ।

ଘଡୁଆଳ ପଞ୍ଚାୟତର ଘଡୁଆଳ ଓ ବୃନ୍ଦାବନପୁର ଗ୍ରାମର ୪୦ ରୁ ଉଦ୍ଧ୍ୱର୍ ବିଜେପି ଓ କଂଗ୍ରେସ କର୍ମି ବିଜେଡିରେ ଯୋଗଦାନ କରିଛନ୍ତି । ପୂର୍ବତନ ସରପଞ୍ଚ ଅକୃର ବରାଡ଼ ସମେତ ପରମାନନ୍ଦ ଶତପଥି, ଗୋବିନ୍ଦ ନନ୍ଦ, ନୀଳମାଧବ ଦାସ, ବାୟାଧର ପାଳ, ଅଶୋକ ମଲ୍ଲୀକ, ରମେଶ ମାଝୀ, ଜିତେନ୍ଦ୍ର ଭଟ୍ଟ, ରାଉଳ ମଲ୍ଲୀକ, ସନ୍ତୋଷ ବରାଡ, ମନୋଜ ବରାଡ, ଦୁତିଆ ବରାଡ ପ୍ରମୁଖ କର୍ମି ବିଜେଡିରେ ଯୋଗଦେଇଥିଲେ । ସେହିପରି ଭାବେ ଚଣ୍ଡିବସ୍ତ ଗ୍ରାମ ପଞ୍ଚାୟତର ୨୦ ରୁ ବିଜେପି ଓ କଂଗ୍ରେସ କର୍ମି ବିଜେଡିରେ ଯୋଗଦାନ କରିଛନ୍ତି । ଭାଗିରଥି ମହାପାତ୍ରଙ୍କ ସମେତ ଅକୃର ସ୍ୱାଇଁ, ଜନାର୍ଦ୍ଦନ ପ୍ରଧାନ, ଦିଲ୍ଲିପ କୁମାର ନାୟକ, ରବି ଧଳ, ଭାବଗ୍ରାହି ମହାରଣା, ଗୋବିନ୍ଦ ନାୟକ, ବାଳକୃଷ୍ଣ ପ୍ରଧାନ, ଅଚ୍ୟୁତ ବରାଡ, କୃପାସିନ୍ଧୁ ବରାଡ, ସୁଦର୍ଶନ ମହାରଣା, ସଞ୍ଜୟ ମହାରଣା, ଗଙ୍ଗାଧର ମହାପାତ୍ର, ଅନିଲ ଦାସ ପ୍ରମୁଖ ବିଜେଡିରେ ଯୋଗଦାନ କରିଛନ୍ତି । ମିଶ୍ରଣ ପର୍ବରେ ଯୁବ ବିଜେଡି ଉପସଭାପତି ରବିନ୍ଦ୍ର ଜେନା, ନୟାଗଡ଼ ବ୍ଲକ ଉପାଧ୍ୟକ୍ଷ ସୁବାଷ କଅଁର, ପୂର୍ଣ୍ଣଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

 

Leave A Reply

Your email address will not be published.