ଫୁଲବାଣୀରେ ବିଜେଡିର ମିଶ୍ରଣ ପର୍ବ

ଫୁଲବାଣୀ : ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ଠାରେ ରବିବାର ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ମିଶ୍ରଣ ପର୍ବରେ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଏ ଅବସରରେ ତୁମୁଡ଼ିବନ୍ଧ ବିଜେପିର ଯୁବନେତା ବିଭୂତି ନାୟକ ନିଜ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଥିଲେ । ଫୁଲବାଣୀର ବବ୍‌ଲୁ ପ୍ରଧାନ, ଫିରିଙ୍ଗିଆର ରମାକାନ୍ତ କହଁର, ବିଶିପଡ଼ାର ଅଚୁତାନନ୍ଦ ଦିଗାଲ, ଖଜୁରୀପଡ଼ାର ଦୀପକ ସାହୁ, ବାଲିଗୁଡ଼ାର ରତିକାନ୍ତ ନାୟକ, ଦାରିଙ୍ଗବାଡ଼ିର ନିହାର ରଞ୍ଜନ ମଲିକ ପ୍ରମୁଖ ବିଜେଡିରେ ଯୋଗ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ସମସ୍ତଙ୍କୁ ବିଜେଡି ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ୱାଗତ କରିଥିଲେ ।

ସେହିପରି ଅନେକ ଆଇନଜୀବୀ ମଧ୍ୟ ବିଜେଡିରେ ସାମିଲ୍‌ ହୋଇଛନ୍ତି । ବିଧାୟକ ଅଙ୍ଗଦ କହଁର, ବିଧାୟକ ଚକ୍ରମଣି କହଁର, ବିଜେଡି ଆଇନ୍‌ ସେଲ୍‌ ଜିଲ୍ଲା ସଂଯୋଜକ ପ୍ରତାପ ପାତ୍ର, ସାଂସଦ ପ୍ରତିନିଧି ଦେବେନ୍ଦ୍ର ସାମଲ, ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ପୁନମ୍‌ କହଁର, ଯୁବ ବିଜେଡି ସଭାପତି ବିଷ୍ଣୁ ମଲିକ, ଛାତ୍ର ବିଜେଡି ସଭାପତି ସୁନୀଲ ସେଠୀ ପ୍ରମୁଖ ମଞ୍ଚାଶୀନ ହୋଇଥିଲେ । ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ ସଭାକୁ ସଂଯୋଜନା କରିଥିଲେ । ଆଇନଜୀବୀ ଲକ୍ଷ୍ମୀନାରାୟଣ ଦୋରା, ପ୍ରଦୀପ୍ତ ରଞ୍ଜନ ନାୟକ, ବିଣାପାଣି ପ୍ରଧାନ, ମାନସ ଡାକୁଆ, ଦୁର୍ଗା ଶଙ୍କର ପଟ୍ଟନାୟକ, ସୁଶାନ୍ତ କୁମାର ମହାନ୍ତି, ଦୀପକ କୁମାର ରଥ, ପ୍ରିତି ରଞ୍ଜନ ପାତ୍ର, ଜିତେନ୍ଦ୍ର ନାୟକ, ରାଜୀବ କୁମାର ପ୍ରଧାନ, ମନୋଜ କୁମାର ପଟ୍ଟନାୟକ, ସୁନୀଲ କୁମାର ବେହେରା, ବନମାଳୀ ବେହେରା, ଜୟନ୍ତ କୁମାର ମହାନ୍ତି, ଗୌରୀ ଶଙ୍କର ବେହେରା, ସଞ୍ଜୟ କୁମାର ମଲିକ, ଅନୁପ ନାରାୟଣ ନାୟକ, ଧିରେନ୍ଦ୍ର କୁମାର ସାହାଣୀ, ଅଶୋକ କୁମାର ବିଶୋୟୀ, ସନ୍ତୋଷ କୁମାର ସାହୁ, ବିଶ୍ୱଜିତ୍‌ ପଟ୍ଟନାୟକ, ହରିଶ୍ଚନ୍ଦ୍ର ମହାରଣା, ବୀରେନ୍ଦ୍ର ସୁବୁଦ୍ଧି, ରଞ୍ଜନ କୁମାର ଦାସ ପ୍ରମୁଖ ଆଇନଜୀବୀ ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଥିଲେ ।

Leave a comment