ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜନୀତି ନକରି କିପରି ଓବିସିମାନେ ସେମାନଙ୍କ ଅଧିକାର ପାଇବେ ସେଥିପାଇଁ ମିଳିମିଶି ଲଢିବା ଦରକାର

ପଞ୍ଚାୟତ ନିର୍ବାଚନରେ ୪୦ ପ୍ରତିଶତ ଓବିସି ପ୍ରାର୍ଥୀଙ୍କୁ ଟିକେଟ୍ ଦେବ ବିଜେଡି

ଭୁବନେଶ୍ବର : ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଓବିସି ବର୍ଗଙ୍କ ସ୍ଥାନ ସଂରକ୍ଷଣ ନେଇ ଟ୍ଵିଟ ୱାର। ଓବିସି ସଂରକ୍ଷଣକୁ ନେଇ ଧର୍ମେନ୍ଦ୍ରଙ୍କ ଟ୍ୱିଟ୍ ପରେ ଏହାର ଜବାବ ରଖିଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ୪୦ ପ୍ରତିଶତ ଓବିସି ପ୍ରାର୍ଥୀଙ୍କୁ ଟିକେଟ ଦେବାକୁ ପ୍ରତିଶ୍ରୁତିବଦ୍ଧ । ଏହି ସଂରକ୍ଷଣ ୫୦ ପ୍ରତିଶତ ପର୍ଯ୍ୟନ୍ତ ବି ଯାଇପାରେ । ବିଜେଡି ଟିକେଟ ପାଇଥିବା ଓବିସି ପ୍ରାର୍ଥୀଙ୍କ ତାଲିକା ଦଳ ପକ୍ଷରୁ ସର୍ବସାଧାରଣରେ ପ୍ରକାଶ କରାଯିବ । ସମାନ ବ୍ୟବସ୍ଥା ବିଜେପିରେ ଲାଗୁ କରିବା ପାଇଁ ଅପିଲ୍ କରିଛନ୍ତି ପ୍ରଣବ ପ୍ରକାଶ ।


ପ୍ରଣବ ଟ୍ୱିଟରରେ ଧର୍ମେନ୍ଦ୍ରଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ଭାଇ ଆପଣ ମଧ୍ୟପ୍ରଦେଶରୁ ରାଜ୍ୟସଭା ଯାଇ କେନ୍ଦ୍ର ମନ୍ତ୍ରୀ ହୋଇଛନ୍ତି । ଆପଣଙ୍କ ସରକାର ସେଠାରେ ବହୁ ବର୍ଷ ହେବ ସରକାରରେ ଅଛି । ହେଲେ ଆପଣ କ’ଣ ପାଇଁ ଓବିସି ସଂରକ୍ଷଣରେ ବିଫଳ ହୋଇଛନ୍ତି ବୋଲି ପ୍ରଣବ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ସୁପ୍ରିମକୋର୍ଟ ମଧ୍ୟପ୍ରଦେଶର ଓବିସି ସଂରକ୍ଷଣକୁ ସ୍ଥଗିତ ରଖିଛନ୍ତି ।


ପ୍ରଣବ କହିଛନ୍ତି, ବିଜେଡି ଆଗାମୀ ପଂଚାୟତ ନିର୍ବାଚନରେ ଓବିସିମାନଙ୍କ ପାଇଁ ୪୦ ପ୍ରତିଶତ ସଂରକ୍ଷଣ ରଖିଛି । ଏହା ୫୦ ପ୍ରତିଶତକୁ ମଧ୍ୟ ବୃଦ୍ଧି ହୋଇପାରେ । ଆମେ ବିଜେଡିରୁ ଟିକେଟ ପାଇଥିବା ସମସ୍ତ ଓବିସି ପ୍ରାର୍ଥୀଙ୍କ ନାମ ଘୋଷଣା କରିବୁ । ମୁଁ ଅନୁରୋଧ କରୁଛି ଆପଣ ବିଜେପିରୁ ଓବିସି ଟିକେଟ୍ ପାଇଥିବା ପ୍ରାର୍ଥୀଙ୍କ ନାମ ଘୋଷଣା କରନ୍ତୁ । ପ୍ରଣବ ଆହୁରି କହିଛନ୍ତି, ଭାଇ ମୁଁ ଆପଣଙ୍କୁ ଅନୁରୋଧ କରୁଛି ରାଜୀନତି ନକରି କିପରି ଓବିସିମାନେ ସେମାନଙ୍କ ଅଧିକାର ପାଇବେ ସେଥିପାଇଁ ଆମେ ମିଳିମିଶି ଲଢିବା ଦରକାର । ମୁଁ ନିଶ୍ଚିନ୍ତ ଅଛି ଆପଣ ଏଥିପାଇଁ ସହଯୋଗର ହାତ ବଢାଇବେ ।


କେନ୍ଦ୍ରରେ ବିଜେପି ସାଢ଼େ ୭ ବର୍ଷ ହେଲା କ୍ଷମତାରେ ରହିଛି । ତଥାପି ବିଜେପି ଓବିସି ସଂରକ୍ଷଣକୁ ପ୍ରାଥମିକତା ଦେଇନାହିଁ ଏହାକୁ ନେଇ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି ପ୍ରଣବ । ଓବିସିଙ୍କ ପ୍ରତି କେନ୍ଦ୍ରର ଦରଦ ନାହିଁ, ବିଜେପି ଖାଲି ତୁଚ୍ଛା ରାଜନୀତି କରୁଛି ବୋଲି ପ୍ରଣବ କହିଛନ୍ତି । ଆପଣ ମଧ୍ୟପ୍ରଦେଶରେ ପଞ୍ଚାୟତ ନିର୍ବାଚନ ପାଇଁ ଡରୁଛନ୍ତି ଆମେ ଓଡ଼ିଶାରେ ଭୋଟ୍ କରିବୁ । ୪୦ ପ୍ରତିଶତ ଓବିସି ପ୍ରାର୍ଥୀଙ୍କୁ ବିଜେଡି ଟିକେଟ୍ ଦେବ ବୋଲି କହିଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।


ଏହାପୂର୍ବରୁ ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ୍ କରି ଲେଖିଥିଲେ, ପଂଚାୟତ ନିର୍ବାଚନ ପାଇଁ ଅନ୍ୟ ଓବିସିଙ୍କ ସ୍ଥାନ ସଂରକ୍ଷଣ ନେଇ ଯେଉଁ ପ୍ରକାର ଘଟଣା ଘଟୁଛି, ଏଥିରୁ ରାଜ୍ୟ ସରକାରଙ୍କ ଓବିସି ସରଂକ୍ଷଣ ବିରୋଧୀ ବୋଲି ସ୍ପଷ୍ଟ ମନେ ହେଉଛି । ଓଡିଶା ଉଚ୍ଚ ନ୍ୟାୟାଳୟରେ ଆଡଭୋକେଟ୍ ଜେନେରାଲଙ୍କ ଏହି ପ୍ରସଙ୍ଗ ଉପରେ ଉପସ୍ଥାପନ ଓବିସି ବିରୋଧୀ ବୋଲି ସ୍ପଷ୍ଟ ଜଣାପଡୁଛି ।

Leave A Reply

Your email address will not be published.