୧୬ ଆପେକ୍ସ ସୋସାଇଟି ନିର୍ବାଚନ ପାଇଁ ୨୫ ନେତାକୁ ଦାୟିତ୍ବ ଦେଲା ବିଜେଡି

ଭୁବନେଶ୍ବର: ସମବାୟ ଆପେକ୍ସ ସୋସାଇଟି ନିର୍ବାଚନ ନେଇ ବିଜେଡି ଦାୟିତ୍ବ ବଣ୍ଟନ କରିଛି। ୧୬ ଆପେକ୍ସ ସୋସାଇଟି ନିର୍ବାଚନ ଦାୟିତ୍ବରେ ୨୫ ନେତାକୁ ନିଯୁକ୍ତ କରାଯାଇଛି। ଫେବୃଆରୀ ୨୬ରେ ୨୧ ନିର୍ଦ୍ଦେଶକ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରାଥମିକ  ଓ ସେଣ୍ଟ୍ରାଲ ସୋସାଇଟି ପ୍ରତିନିଧିମାନେ ଭୋଟ ଦେବେ। ପ୍ରାର୍ଥୀ ଚୟନ ପୂର୍ବରୁ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରାଯିବ। ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ମାନସ ମଙ୍ଗରାଜ, ସ୍ନେହାଙ୍ଗୀନ ଛୁରିଆ, ସୁଶାନ୍ତ ସିଂ, ସମୀର ଦାଶ, ଦେବୀ ରଞ୍ଜନ ତ୍ରିପାଠୀ, ଶ୍ରୀମୟୀ ମିଶ୍ର, ପ୍ରଶାନ୍ତ ମୁଦୁଲି, ଦେବଶ ଆଚର୍ଯ୍ଯ, ଗିରିଶ ଦାସ, ଈଶ୍ବର ପାଣିଗ୍ରାହୀ, ବିରେନ୍ଦ୍ର ପ୍ରତାପ ସ୍ବାଇଁ, ବିଜୟ ନାୟକ, ଅନନ୍ତ ନାରୟଣ ଜେନା, ସଂଗ୍ରାମ ପାଇକରାୟ , ଉମାକାନ୍ତ ସାମନ୍ତରାୟ, ଜନ୍ମଜେୟ ଲେଙ୍କା, ସୁବ୍ରତ ଛାଟୋଇ, ଆସିଶ ଚକ୍ରବର୍ତ୍ତୀ, ଗୌରା ଟି. ରାଓ ପ୍ରମୁଖଙ୍କୁ ଦାୟିତ୍ବ ଦିଆଯାଇଛି। ଫିଶଫେଡ ନିର୍ବାଚନ ଦାୟିତ୍ବ ଭାର ସାଂସଦ ମାନସ ମଙ୍ଗରାଜଙ୍କୁ ଦିଆଯାଇଛି।

Leave a comment