ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜୟନାରାୟଣ ବାଉଳି ଚାଉଳି ହୋଇ ଅବାନ୍ତର ମନ୍ତବ୍ୟ ଦେଉଛନ୍ତି: ବିଜେଡି

ଜଣେ ହତ୍ୟା ଅଭିଯୁକ୍ତଙ୍କ ମନ୍ତବ୍ୟକୁ ବିଜେଡି ଗୁରୁତ୍ୱ ଦିଏ ନାହିଁ

ଭୁବନେଶ୍ୱର: ବିଜେପି ବିଧାୟକ ଜୟନାରାୟଣ ମିଶ୍ର ନିଜେ ଜଣେ ହତ୍ୟା ଅଭିଯୁକ୍ତ । ଜଣେ ବିଜେଡି କର୍ମୀଙ୍କ ହତ୍ୟା ମାମଲାରେ ସଂପୃକ୍ତ ଶ୍ରୀ ମିଶ୍ର ଗିରଫ ହୋଇ ଜେଲରେ ରହିବା ପରେ କୋର୍ଟରୁ ଜାମିନରେ ବାହାରକୁ ଆସିଛନ୍ତି ।
ତେଣୁ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ ତାଙ୍କ ମନକୁ ସ୍ୱାଭାବିକ ଭାବେ ଭୟ ଗ୍ରାସିଛି । ଆଉ ଶ୍ରୀ ମିଶ୍ର ବାଉଳି ଚାଉଳି ହୋଇ ଏ ସଂପର୍କରେ ନାନା ଅବାନ୍ତର ମନ୍ତବ୍ୟ ଦେଉଛନ୍ତି । ତାଙ୍କ ଭଳି ଜଣେ ହତ୍ୟା ଅଭିଯୁକ୍ତର ମନ୍ତବ୍ୟକୁ ବିଜୁ ଜନତା ଦଳ ଆଦୌ ଗୁରୁତ୍ୱ ଦେବାକୁ ଚାହୁଁନାହିଁ ବୋଲି ବିଜୁ ଜନତା ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ।

Leave A Reply

Your email address will not be published.